ଓଡିଶା

odisha

ETV Bharat / state

ଲଟକିଲା ଜମାକାରୀଙ୍କ ଭାଗ୍ୟ, ଚିଟଫଣ୍ଡ ତଦନ୍ତରେ ପଡିଲା ପୁର୍ଣ୍ଣଛେଦ - ଚିଟଫଣ୍ଡ ତଦନ୍ତରେ ପୁର୍ଣ୍ଣଛେଦ

ଚିଟଫଣ୍ଡ ଘଟଣାର ଆଉ ହେବନି ତଦନ୍ତ । ଅନିଶ୍ଚତତାକୁ ଠେଲି ହେଲା ଜମାକାରୀଙ୍କ ଭବିଷ୍ୟତ । ଅଧିକ ସୂଚନା ପାଇଁ ପଢନ୍ତୁ ...

Chit fund commission closed  the  investigation
ଲଟକିଲା ଜମାକାରୀଙ୍କ ଭାଗ୍ୟ

By

Published : Mar 4, 2020, 6:48 PM IST

କଟକ: ଆଉ ହେବନି ଚିଟଫଣ୍ଡ ତଦନ୍ତ । କମିଶନର କାର୍ଯ୍ୟକାଳ ବୃଦ୍ଧି ନେଇ ସରକାର ନିର୍ଦ୍ଦେଶ ଦେଇନଥିବା ବେଳେ ତଦନ୍ତରେ ପଡିଛି ପୁର୍ଣ୍ଣଛେଦ । ଘଟଣାର ବିଚାର ବିଭାଗୀୟ ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିଶନ ଆଉ କରିବେନି ଶୁଣାଣି । କମିଶନ କାର୍ଯ୍ୟକାଳ ବୃଦ୍ଧି ପାଇଁ ସରକାର କୌଣସି ନିର୍ଦ୍ଦେଶ ଜାରି କରିନଥିବା ବେଳେ ବିଚାର ବିଭାଗୀୟ ତଦନ୍ତର ଶୁଣାଣି ବନ୍ଦ ହୋଇଛି । କମିଶନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୨୦ ଫେବୃଆରୀ ୪ ରେ ଶେଷ ହୋଇଥିବାବେଳେ ଆଉ କାର୍ଯ୍ୟକାଳ ବୃଦ୍ଧି କରାଯାଇନାହିଁ।

ଲଟକିଲା ଜମାକାରୀଙ୍କ ଭାଗ୍ୟ

ଏପରି ପରିସ୍ଥିତିରେ କମିଶନ ଆଉ ବସିବେ ନାହିଁ ବୋଲି ନୋଟିସ ଜାରି କରାଯାଇଛି । କଟକ ବକ୍ସିବଜାର ପୋଲିସ ଲାଇନସ୍ଥିତ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। କାର୍ଯ୍ୟାଳୟ ବୃଦ୍ଧି ସମ୍ପର୍କରେ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସରକାରଙ୍କୁ ରିମାଇଣ୍ଡର ବି ପଠାଯାଇଥିଲା। କିନ୍ତୁ ଏହାପରେ ବି ସ୍ଥିତି କିଛି ସ୍ପଷ୍ଟ ହୋଇନଥଲା। ସରକାର କାର୍ଯ୍ୟାଳୟ ବୃଦ୍ଧି ନକରିବାରୁ କମିଶନଙ୍କ ପକ୍ଷରୁ ଆଉ ମାର୍ଚ୍ଚ ୩ ରୁ ସିଟିଂ ନକରିବା ପାଇଁ ନୋଟିସ ପ୍ରକାଶ ପାଇଛି। ତଦନ୍ତ ବନ୍ଦ ହୋଇଯାଇଥିବା ବେଳେ ଜମାକରୀଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଥିବା ଚର୍ଚ୍ଚା ହେଉଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details