ଓଡିଶା

odisha

ମାଦ୍ରାସାର ଯୌନ ଶୋଷଣ: ଘଟଣାସ୍ଥଳର ସ୍ଥିତି ଅନୁଧ୍ୟାନ କଲା ଚାଇଲ୍ଡ ଲାଇନ

By

Published : Jun 10, 2023, 2:00 PM IST

Updated : Jun 10, 2023, 2:29 PM IST

ମାଦ୍ରାସାର ଛାତ୍ରଙ୍କୁ ଯୌନ ଶୋଷଣ ଏବଂ ମାଡମାରିବା ଘଟଣା । ଘଟଣାସ୍ଥଳ ସ୍ଥିତି ଅନୁଧ୍ୟାନ କଲା ଚାଇଲ୍ଡ ଲାଇନ । ଅଧିକ ପଢନ୍ତୁ

Child Line team visits madrasa
Child Line team visits madrasa

Child Line team visits madrasa

ନିଆଳି: ଦୁଇ ଛାତ୍ରଙ୍କୁ ମାଦ୍ରାସାର ଶିକ୍ଷକଙ୍କ ଯୌନ ଶୋଷଣ ଏବଂ ମାଡ ମାରିବା ଘଟଣା । ଘଟଣାସ୍ଥଳ ଅନୁଧ୍ୟାନ କଲା କଟକ ଜିଲ୍ଲା ଚାଇଲ୍ଡ ଲାଇନର ଏକ ଟିମ । ମାଦ୍ରାସାର ସ୍ଥିତାବସ୍ଥା ବୁଝିବା ସହିତ ସେଠାରେ ରହୁଥିବା ନାବାଳକ ଛାତ୍ର, ଉପସ୍ଥିତ ଶିକ୍ଷକ ଏବଂ ସ୍ଥାନୀୟ ଲୋକ ମାନଙ୍କ ସହ ଆଲୋଚନା କରି ଫେରିଯାଇଛନ୍ତି ଚାଇଲ୍ଡ ଲାଇନର ଏହି ଟିମ । କଟକ ଜିଲ୍ଲା ନିଆଳି ଥାନା ମଝିଖଣ୍ତ ନଳିତା ପଡା ମାଦ୍ରାସା ଶିକ୍ଷକଙ୍କ ନିର୍ଯାତନା ଅସହ୍ୟ ହେବାରୁ ଗତ ମଙ୍ଗଳବାର ରାତିରୁ ମାଦ୍ରାସାରୁ ଖସି ପଳାଇଥିଲେ ଦୁଇ ଛାତ୍ର ।‌

ବାଲିପାଟଣା ଥାନା ଅପୂଜା ଛକ ଠାରେ ଲୋକଙ୍କ ହାବୁଡ଼ରେ ପଡିଥିଲେ ଏହି ନାବାଳକ । ସ୍ଥାନୀୟ ଲୋକଙ୍କ ସହାୟତା ଯୋଗୁଁ ବାଲିପାଟଣା ପୋଲିସ, ଖୋର୍ଦ୍ଧା ଜିଲ୍ଲା ସିଡବ୍ଲୁସି ଏବଂ ଚାଇଲ୍ଡ ଲାଇନ ହସ୍ତକ୍ଷେପ ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଭୁବନେଶ୍ବର ଚାଇଲ୍ଡ ଲାଇନ ପକ୍ଷରୁ ବୁଧବାର ଦିନ ନିଆଳି ଥାନାରେ ଏ ସମ୍ପର୍କରେ ଏତଲା ପରେ ଆରମ୍ଭ ହୋଇଥିଲା ତଦନ୍ତ । ପୋଲିସ ଏତଲା ଅନୁସାରେ ମାମଲା ରୁଜୁ କରି ମାଦ୍ରାସାର ଶିକ୍ଷକ ହାଫିଜ୍ ମହମ୍ମଦ ରିଜଓ୍ବାନୁୟାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏହା ମଧ୍ୟ ପଢନ୍ତୁ-ମାଦ୍ରାସାର ଯୌନ ଶୋଷଣ ଅଭିଯୋଗ ଘଟଣା: ଜେଲ ଗଲେ ଶିକ୍ଷକ, ଲାଗିଲା ପୋକ୍ସୋ ଆକ୍ଟ

ଅନ୍ୟପଟେ କଟକ ଜିଲ୍ଲା ଚାଇଲ୍ଡ ଲାଇନର ଏକ ଟିମ ନିଆଳି ସ୍ଥିତ ମଝିଖଣ୍ତବସ୍ତି ନଳିତା ପଡା ମାଦ୍ରାସାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଚାଇଲ୍ଡ ଲାଇନର କମିଟି ଅଧ୍ୟକ୍ଷ ପ୍ରମୋଦ କିଶୋର ଆଚାର୍ଯ୍ୟଙ୍କ କହିଛନ୍ତି ଯେ, ମାଦ୍ରାସାରେ ବର୍ତ୍ତମାନ 13 ଜଣ ଛାତ୍ର ରହୁଛନ୍ତି । ଏ ସବୁ ଛାତ୍ରଙ୍କ ଘର ବିହାର ଏବଂ ଝାଡ଼ଖଣ୍ଡ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।‌ ପିଲା ମାନଙ୍କ ସହ ମଧ୍ୟ ଏହି ଟିମ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଛି ।‌ ଏହି ଘଟଣାକୁ ଗଭୀରତା ସହ ନେଇଛି ଚାଇଲ୍ଡ ଲାଇନର ଟିମ । ନିଆଳି ଥାନା ଅଞ୍ଚଳରେ କେତେ ମାଦ୍ରାସା ସ୍କୁଲ ରହିଛି ଏବଂ କେତେ ପିଲା ଅଛନ୍ତି ଓ କେଉଁ କେଉଁ ରାଜ୍ୟରୁ ଅଛନ୍ତି ଏ ସମ୍ପର୍କରେ ଏହି ଟିମ ନିକଟରେ ବର୍ତ୍ତମାନ ସଠିକ ତଥ୍ୟ ନାହିଁ। କିନ୍ତୁ ଆଗାମୀ ଦିନରେ ନିଆଳି ଅଞ୍ଚଳରେ ଏକ ଲିଷ୍ଟ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଚାଇଲ୍ଡ ଲାଇନର କମିଟି ଅଧ୍ୟକ୍ଷ । ଯୌନ ନିର୍ଯାତନା ଶିକାର ହୋଇଥିବା ଦୁଇ ନାବାଳକ ଦ୍ବୟ ଏବେ ଖୋର୍ଦ୍ଧା ଜିଲ୍ଲା ସିଡବ୍ଲୁସି ଅଧିନରେ ରହିଛନ୍ତି ।

ଇଟିଭି ଭାରତ, ନିଆଳି

Last Updated : Jun 10, 2023, 2:29 PM IST

ABOUT THE AUTHOR

...view details