କଟକ: ସାତ ବର୍ଷର ଶିଶୁକୁ ନିଷ୍ଠୁର ସାଜିଲା ସାବତ ମା । ଅକଥନୀୟ ନିର୍ଯାତନାର ପରିଣାମରେ ପୋଡ଼ି ଯାଇଛି ପିଲାର ମୁହଁ । କାମ ନକରିବାରୁ ଚେଙ୍କ ଦେଇଛି ଏହି ପିଶାଚୀ ମା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ସିଡ଼ି଼ଏ ଅଞ୍ଚଳରେ। ଏହି ଘଟଣାରେ ଚାଇଲ୍ଡ ଲାଇନ ପକ୍ଷରୁ ମର୍କତନଗର ଥାନାରେ ଏତଲା ଦିଆଯାଇଛି।
ନିଷ୍ଠୁର ମା'ର ନିର୍ଯାତନା, ସାତ ବର୍ଷର ଶିଶୁକୁ ଚେଙ୍କ ଦେଲା ସାବତ ମା’ - ସାତ ବର୍ଷର ଶିଶୁ
ସାବତ ମା ର ଅକଥନୀୟ ଅତ୍ୟାଚାର । ଶେଷ ସୀମାରେ ନିର୍ଯାତନା । କୁନି ପୁଅର ମୁହଁରେ ଚେଙ୍କ ଦେଇ ପୋଡ଼ିଦେଇଛି ଏହି ମା । ଥାନାରେ ମାମଲା ପରେ ଉଭୟ ବାପା ଓ ସାବତ ମା ଥାନାରେ ଅଟକ ରହିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର ....
child-harassment-in-cuttack
ଏତଲା ପରେ ଉଭୟ ବାପା ଓ ସାବତ ମା ଙ୍କୁ ମର୍କତନଗର ଥାନା ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପଟେ ଭିଡିଓ କନଫରେନ୍ସିଂ ଜରିଆରେ ଶିଶୁକୁ ସିଡବ୍ଲ୍ୟୁସି ଆଗରେ ହାଜର କରାଯାଇଥିଲା। ପରେ ଶିଶୁ ଟିକୁ ଚାଇଲ୍ଡଲାଇନରେ ରଖା ଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ