କଟକ: 'ଅମ୍ଫାନ' ମୁକାବିଲାରେ ଅଗ୍ନିଶମ ବିଭାଗର ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ପୂର୍ବ ଯୋଜନା ଅନୁଯାୟୀ ଉପକୂଳବର୍ତ୍ତୀ ୫ ଟି ଜିଲ୍ଲାରେ ୫୦ ଟି ଅଗ୍ନିଶମ କେନ୍ଦ୍ରରେ ୧୧୨ ଟି ଟିମ ମହଜୁତ ରଖାଯାଇଥିଲା । ଏହାସହ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳରୁ ୩୦ ଟି ଟିମ ଏହି ଜିଲ୍ଲାମାନଙ୍କରେ ମୁତୟନ କରାଯାଇଥିଲା ।
ଏହି ଟିମ ଗତକାଲି(ବୁଧବାର) ଅମ୍ପାନ ସମୟରେ ଓ ପରେ ପ୍ରଭାବିତ ଅଞ୍ଚଳରେ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି । ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଟିମ ଗଛ କାଟିବା କାମ କରିଥିଲେ । ସେହିପରି କେନ୍ଦ୍ରାପଡା ଅଞ୍ଚଳରେ ଏକ ପ୍ରସବଙ୍କୁ ସାହାଯ୍ୟ କରିଥିବା ଟିମ ପାଇଁ ବିଭାଗ ବେଶ ଗର୍ବିତ । କାରଣ ସେମାନଙ୍କ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା ।