ଓଡିଶା

odisha

By

Published : Feb 11, 2021, 8:48 PM IST

ETV Bharat / state

ବଡ ମେଡିକାଲ ରାସ୍ତା ସମ୍ପ୍ରସାରଣ ପାଇଁ ଉଚ୍ଛେଦ: ଛତ୍ରବଜାର ବ୍ୟବସାୟ ସଙ୍ଘର ବିରୋଧ

ଏସସିବି ମେଡିକାଲ ପାଇଁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ପାଇଁ ହେବାକୁ ଥିବା ଉଚ୍ଛେଦକୁ ବିରୋଧ ପାଇଁ ଛତ୍ରବଜାର ବ୍ୟବସାୟ ସଙ୍ଘର ଚେତାବନୀ । ଅଧିକ ପଢନ୍ତୁ...

ଉଚ୍ଛେଦକୁ ଦୃଢ଼ ବିରୋଧ ପାଇଁ ଛତ୍ରବଜାର ବ୍ୟବସାୟ ସଙ୍ଘର ଚେତାବନୀ
ଉଚ୍ଛେଦକୁ ଦୃଢ଼ ବିରୋଧ ପାଇଁ ଛତ୍ରବଜାର ବ୍ୟବସାୟ ସଙ୍ଘର ଚେତାବନୀ

କଟକ: ଏସସିବି ମେଡିକାଲ ପାଇଁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଦ୍ବିତୀୟ ପର୍ଯ୍ୟାୟ କ୍ରମରେ ଆସନ୍ତାକାଲି ଠାରୁ ତାଳଦଣ୍ଡା କେନାଲର ଉଭୟ ପଟୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ । ଏହା ପୂର୍ବରୁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଜରିଆରେ ଲୋକଙ୍କୁ ସରକାରୀ ଯାଗା ଛାଡ଼ିବା ପାଇଁ ଅବଗତ କରି ଦିଆଯାଇଛି । ତେବେ ପ୍ରଶାସନର ଏହି ସୂଚନା ପରେ ରାଣୀହାଟରୁ ଛତ୍ରବଜାର ପର୍ଯ୍ୟନ୍ତ ରାସ୍ତା କଡ଼ରେ ଥିବା ଦେକାନୀ ମାନି ନେଇଥିବା ବେଳେ ବିଦ୍ରୋହ ମୁଦ୍ରାରେ ରହିଛି ଛତ୍ରବଜାର ବ୍ୟବସାୟୀ ସଂଘ । ଆସନ୍ତାକଲି ଉଚ୍ଛେଦ କାର୍ଯ୍ୟ ଜୋରଦାର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛି ଛତ୍ରବଜାର ବ୍ୟବସାୟୀ ସଂଘ ।

ବଡ ମେଡିକାଲ ରାସ୍ତା ସମ୍ପ୍ରସାରଣ ପାଇଁ ଉଚ୍ଛେଦ, ରୋଧ ପାଇଁ ଛତ୍ରବଜାର ବ୍ୟବସାୟ ସଙ୍ଘର ଚେତାବନୀ

ତାଳଦଣ୍ଡା କେନାଲର ଦ୍ବିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ନିଜ ପ୍ରସ୍ତୁତି ଶେଷ କରି ସାରିଛି କଟକ ଜିଲ୍ଳା ପ୍ରଶସାନ । ଏହି କ୍ରମର ସରକାରୀ ଜାଗାରେ ଥିବା ଦୋକାନ, ଧର୍ମାନୁଷ୍ଠାନ ଏବଂ ସରକାରୀ ପ୍ରତିଷ୍ଠାନ ଗୁଡ଼ିକୁ ଭାଙ୍ଗିବାକୁ ଲକ୍ଷ ରଖିଛି ପ୍ରଶାସନ । ରାଣୀହାଟ ପୋଲ ଠାରୁ ମାତୃଭବନ ଅର୍ଥାତ ୧୬ ନଂ ଜାତୀୟ ରାଜପଥ ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ କରାଯିବ । ଉଚ୍ଛେଦ କାର୍ଯ୍ୟ ସହ ସେଠାରେ ଥିବା ବସ୍ତି ବାସିନ୍ଦାଙ୍କୁ ଥଇଥାନ କାର୍ଯ୍ୟ ମଧ୍ୟ ସମାନ୍ତରାଳ ଭାବେ ଚାଲିବ । କେନାଲ ପାର୍ଶ୍ବରେ ଥିବା ବସ୍ତିବାସିନ୍ଦାଙ୍କୁ ଓଏସଏପି ଷଷ୍ଠ ବାଟାଲିୟନ୍ସରକାରୀ କ୍ବାଟର୍ସ ନିକଟରେ ଥବା ପଡ଼ିଆରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରାଯିବା ନେଇ ବ୍ୟବସ୍ଥା କରାଯାଇଛି।

ସେପଟେ ଉଚ୍ଛେଦ ନେଇ ପ୍ରଶାସନର ସୂଚନା ପରେ ରାଣୀହାଟ ପୋଲ ଠାରୁ ଛତ୍ରବଜାର ପର୍ଯ୍ୟନ୍ତ କେନାଲ ରୋଡ଼ରେ ଥିବା ବ୍ୟବସାୟୀମାନେ ନିଜ ନିଜ ଦୋକାନ ଭାଙ୍ଗିବା ଆରମ୍ଭ କରିଛନ୍ତି । ଏହି ଅଞ୍ଚଳରେ ସରକାରୀ ଜମି ଉପରେ ୬୦ରୁ ଊର୍ଦ୍ଧ୍ବ ଦୋକାନ ଘର ରହିଥିବା ବେଳେ ୩ଟି ମନ୍ଦିର ସମେତ ଅଙ୍ଗନଓ୍ବାଡି କେନ୍ଦ୍ର, ଶୌଚାଳୟ ଇତ୍ୟାଦି ରହିଛି । ତେବେ ଦୋକାନ ଭାଙ୍ଗିଲେ କେଉଁଠିକି ଯିବେ, କଣ କରିବେ ସେହି ଚିନ୍ତାରେ ଅଛନ୍ତି ବ୍ୟବସାୟୀ । ସେପଟେ ଛତ୍ରବଜାର ବ୍ୟବସାୟୀ କିନ୍ତୁ ଆଗେ ଥଇଥାନ ପରେ ବିସ୍ଥାପନ ଦାବିରେ ଅଡ଼ି ବସିଛନ୍ତି । ତେଣୁ ଆସନ୍ତାକାଲି ଏହି ଉଚ୍ଛେଦ କାର୍ଯ୍ୟକୁ ଜୋରଦାର ବିରୋଧ କରାଯିବ ଏବଂ ପ୍ରତିଶୃତି ଦେଇ ପାଳନ କରି ନଥିବାରୁ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ବାସଭବନକୁ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛି ଛତ୍ରବଜାର ବ୍ୟବସାୟୀ ସଂଘ ।

କଟକରୁ ନାରାୟଣ ସାହୁ , ଇଟିଭି ଭାରତ

ABOUT THE AUTHOR

...view details