ଓଡିଶା

odisha

ETV Bharat / state

ଗଣେଶ ଭସାଣିର ଦ୍ବିତୀୟ ଦିନ, ସୁରକ୍ଷା ବ୍ୟବସ୍ଥା କଡାକଡି - ଗଣେଶ ଭସାଣିର ଦ୍ବିତୀୟ ଦିନ

ଆଜି କଟକରେ ଦ୍ବିତୀୟ ପର୍ଯ୍ୟାୟ ଗଣେଶ ଭସାଣି । ଭିଡ ଓ ଅପ୍ରୀତକର ଘଟଣାକୁ ଏଡାଇବାକୁ ପୋଲିସର କଡାକଡି ସୁରକ୍ଷା ବ୍ୟବସ୍ଥା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Sep 15, 2019, 2:57 PM IST

କଟକ: ଖୁବ ଧୁମଧାମରେ ପ୍ରଥମ ପର୍ଯ୍ୟାୟ ଗଣେଶ ଭସାଣି ଶେଷ ହେବା ପରେ ଆଜି ଦ୍ବିତୀୟ ଭସାଣି ଅନୁଷ୍ଠିତ ହେବ । ପାଖାପାଖି 4 ଶହରୁ ଊର୍ଦ୍ଧ୍ବ ମେଢ଼ ଆଦି ବିସର୍ଜନ ହେବେ । ତେବେ ସୁରକ୍ଷାଦୃଷ୍ଟିରୁ ସହରର କୋଣଅନୁକୋଣରେ 25 ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଆଜି ଦ୍ବିତୀୟ ଭସାଣି ଉତ୍ସବ ଲାଗି ଟ୍ରାଫିକ ଜାମ ହେବାର ସମ୍ଭାବନା ରହୁଛି । ଯାହାକୁ ଆଖିଆଗରେ ରଖି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପ୍ରତି ଛକରେ ପୋଲିସ ପଇଁତରା ମାରିବା ସହ କୌଣସି ଅପ୍ରୀତିକର ପରିବେଶ ନ ଉପୁଜେ ସେନେଇ ପଦକ୍ଷେପ ନିଆଯାଇଥିବା କହିଛନ୍ତି କଟକ ଡିସିପି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details