କଟକ: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଚୟନ କମିଟିର ଅଧ୍ୟକ୍ଷ ସୁରେନ୍ଦ୍ର ସାହୁ । ବିଭାଗ ପକ୍ଷରୁ ଗଠିତ ଏକ 6 ଜଣିଆ ଚୟନ କମିଟି ନିରପେକ୍ଷ ଭାବେ ବିଜେତାଙ୍କୁ ଚୟନ କରିଛି । ଏଥିରେ କୌଣସି ପ୍ରକାରର ଅନିୟମିତତା ହୋଇନାହିଁ ବୋଲି ସେ କହିଛନ୍ତି ।
ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣକୁ ନେଇ ଓଡ଼ିଆ ସିନେମା ବିବାଦ ମଧ୍ୟକୁ ଆସିଥାଏ । ଅନେକ ସମୟରେ ସିନେମା ପୁରସ୍କାରକୁ ନେଇ ବିବାଦ ମଧ୍ୟ ସୃଷ୍ଟି ହୋଇଛି । କିନ୍ତୁ ଏହି ବିବାଦ କୋର୍ଟକୁ ଆସିବାର ନଜୀର ବହୁତ କମ ରହିଛି ଏବଂ ଓଡ଼ିଆ ସିନେମା ଛବିରାଣୀ ପୁରସ୍କାର ପାଇବାରୁ ବଞ୍ଚିତ ହେବା ପରେ ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ଅଦାଲତଙ୍କ ନିର୍ଦ୍ଦେଶ ଓଡ଼ିଶା ଚଳଚିତ୍ର ପୁରସ୍କାର ବ୍ୟବସ୍ଥାକୁ ପୁଣି ଥରେ କାଠଗଡା ମଧ୍ୟକୁ ଟାଣି ଆଣିଛି ।
ଏହା ବି ପଢନ୍ତୁ: Film Award Controversy: ସମସ୍ତ ପକ୍ଷକୁ ନୋଟିସ୍, ୧୩ରେ ମାମଲାର ଚୂଡାନ୍ତ ଶୁଣାଣି
ଏହାରି ଭିତରେ ଏହି ମାମଲା ଦାଏର କରିଥିବା ସିନେ ନିର୍ଦ୍ଦେଶକ ବବି ଇସଲାମ ଚଳଚ୍ଚିତ୍ର ପୁରସ୍କାର ଚୟନ କମିଟିକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ପୁରସ୍କାର ଚୟନ କମିଟିର ସଦସ୍ୟମାନଙ୍କ ଯୋଗ୍ୟତାକୁ ନେଇ ସେ ପ୍ରଶ୍ନ କରିଥିବା ବେଳେ ପ୍ରିୟା ପ୍ରିତି ଆଧାରେ ଚଳଚ୍ଚିତ୍ର ଗୁଡ଼ିକୁ ପୁରସ୍କାର ପ୍ରଦାନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।ତେବେ ଏହାର ଜବାବ ଦେଇଛନ୍ତି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଚୟନ କମିଟିର ଅଧକ୍ଷ।