ଓଡିଶା

odisha

ETV Bharat / state

‘ବନ୍ଦ ହେବ ଓଡିଶା ଦୁର୍ନୀତିର ୱାନ-ୱେ’ - central minister

ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ଭୋଟରଙ୍କୁ ଭୋଟ ଭିକ୍ଷା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ମୁଖତାର ଆବାସ ନକଭୀ । ଓଡିଶାରେ ମିଥ୍ୟା, ଦୁର୍ନୀତି, ଭ୍ରଷ୍ଟ୍ରାଚାରର ୱାନ-ୱେ ରାସ୍ତାକୁ ବନ୍ଦ କରି ବିକାଶର ହାଇ-ୱେରେ ଚାଲିବାକୁ ଆହ୍ୱାନ ଦେଇଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

By

Published : Apr 20, 2019, 8:22 PM IST

Updated : Apr 20, 2019, 8:54 PM IST

କଟକ: ସାଲେପୁରରେ ସଂଖ୍ୟାଲଘୁ କାର୍ଡ ଖେଳିଲେ କେନ୍ଦ୍ର ମନ୍ତ୍ରୀ ମୁଖତାର ଆବାସ ନକଭୀ । ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ଭୋଟରଙ୍କୁ ଭୋଟ ଭିକ୍ଷା କରିଛନ୍ତି। ଓଡିଶାରେ ମିଥ୍ୟା, ଦୁର୍ନୀତି, ଭ୍ରଷ୍ଟ୍ରାଚାରର ୱାନ-ୱେ ରାସ୍ତାକୁ ବନ୍ଦ କରି ବିକାଶର ହାଇ-ୱେରେ ଚାଲିବାକୁ ଆହ୍ୱାନ ଦେଇଛନ୍ତି । ବିପୁଳ ଭୋଟ ସହ ଏଥର ଓଡିଶାରେ ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି କରିଛନ୍ତି । ତେବେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଅଧାରୁ ଅଧିକ ସିଟ ଫାଙ୍କା ପଡିବା ସମସ୍ତଙ୍କୁ ଆଚମ୍ବିତ କରିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ ସାଲେପୁର ନିର୍ବାଚନ ମଣ୍ଡଳୀର ଭାତପଡା ଖେଳ ପଡିଆରେ ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ନକଭୀ ସଂଖ୍ୟା ଲଘୁଙ୍କୁ ଭୋଟରଙ୍କ ଉପରେ ଅଧିକ ଗୁରୁତ୍ବରୋପ କରିଥିଲେ । ବିପୁଳ ସଂଖ୍ୟାରେ ଭୋଟ ଦେଇ ରାଜ୍ୟରେ ବିଜେପି ସରକାର ଗଢି 120ମିଶନକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି । ଏଥିସହ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା ଓ କେନ୍ଦ୍ରାପଡା ସାଂସଦ ପ୍ରାଥୀ ବୈଜୟନ୍ତ ପଣ୍ଡାଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ବୋଲି ସ୍ଥାନୀୟ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

ବିଜେପି ସଭାପତି ଚୌଧୁରୀ ହେମନ୍ତ ସାହୁଙ୍କ ସଭାପତିତ୍ୱରେ ଏହି ସଭା ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭୀ, ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରା ଓ କେନ୍ଦ୍ରାପଡା ଲୋକସଭା ସାଂସଦ ପ୍ରାଥୀ ବୈଜୟନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

କେନ୍ଦ୍ର ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ରାଜ୍ୟରେ ପରିବର୍ତ୍ତନର ଆହ୍ବାନ ଦେଇଛନ୍ତି ନକଭୀ । ତେବେ ଓଡ଼ିଶାରେ ବିଜେପି ସରକାର ଓ କେନ୍ଦ୍ରରେ ନରେନ୍ଦ୍ର ମୋଦି ପୁନର୍ବାର ପ୍ରଧାନମନ୍ତ୍ରୀ ହେବେ ବୋଲି ସେ ଆଶାବାଦୀ ଅଛନ୍ତି । ମନ୍ତ୍ରୀଙ୍କ ଗସ୍ତ ସାଲେପୁର ଅଞ୍ଚଳରେ ପ୍ରଭାବ ପକାଇବ ବୋଲି ବିଜେପି ପ୍ରାର୍ଥୀ ପ୍ରକାଶ ବେହେରା କହିଛନ୍ତି। ତେବେ ଏହି ସଭାରେ ଯେତିକି ସଂଖ୍ୟାରେ ବିଜେପି କର୍ମୀ ଯୋଗ ଦେବେ ବୋଲି ଆଶା କରାଯାଉଥିଲା ତାହା ଠାରୁ ଢେର କମ କର୍ମୀ ଯୋଗ ଦେଇଥିଲେ। ଏଣୁ ଅଧାରୁ ଅଧିକ ସିଟ ଫାଙ୍କା ପଡ଼ିଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 20, 2019, 8:54 PM IST

ABOUT THE AUTHOR

...view details