ଓଡିଶା

odisha

By

Published : Nov 30, 2021, 3:19 PM IST

ETV Bharat / state

ବରିଷ୍ଠ ଆଇନଜୀବୀ ସ୍ବର୍ଗତ ବିପିନ ବିହାରୀ ରଥଙ୍କ 92ତମ ଜୟନ୍ତୀ ପାଳନ, ତୈଳ ଚିତ୍ର ଓ ସ୍ମରଣିକା ଉନ୍ମୋଚିତ

କଟକ ଚାନ୍ଦିନୀଚୌକସ୍ଥିତ ହାଇକୋର୍ଟ ବାର ଆସୋସିଏସନଠାରେ ସ୍ଵାଧୀନତା ସଂଗ୍ରାମୀ, ବୁଦ୍ଧିଜୀବୀ, ଲେଖକ ତଥା ବରିଷ୍ଠ ଆଇନଜୀବୀ ସ୍ବର୍ଗତ ବିପିନ ବିହାରୀ ରଥଙ୍କ (Senior Lawyer late Bipin Bihari Rath) ୯୨ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ୍. ମୂରଲୀଧର ଯୋଗ ଦେଇଥିଲେ। ଅଧିକ ପଢନ୍ତୁ

ବରିଷ୍ଠ ଆଇନଜୀବୀ ସ୍ବର୍ଗତ ବିପିନ ବିହାରୀ ରଥଙ୍କ 92ତମ ଜୟନ୍ତୀ ପାଳନ
ବରିଷ୍ଠ ଆଇନଜୀବୀ ସ୍ବର୍ଗତ ବିପିନ ବିହାରୀ ରଥଙ୍କ 92ତମ ଜୟନ୍ତୀ ପାଳନ

କଟକ: ଚାନ୍ଦିନୀଚୌକସ୍ଥିତ ହାଇକୋର୍ଟ ବାର ଆସୋସିଏସନଠାରେ ସ୍ଵାଧୀନତା ସଂଗ୍ରାମୀ, ବୁଦ୍ଧିଜୀବୀ, ଲେଖକ ତଥା ବରିଷ୍ଠ ଆଇନଜୀବୀ ସ୍ବର୍ଗତ ବିପିନ ବିହାରୀ ରଥଙ୍କ ୯୨ତମ ଜୟନ୍ତୀ ପାଳିତ ହୋଇଯାଇଛି । ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଇନଜୀବୀ ସଂଘ ଏବଂ ସ୍ବର୍ଗତ ବିପିନ ବିହାରୀ ରଥ ସ୍ମୃତି କମିଟି ଆନୁକୂଲ୍ୟରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ସମ୍ମିଳନୀ କକ୍ଷରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ବରିଷ୍ଠ ଆଇନଜୀବୀ ସ୍ବର୍ଗତ ବିପିନ ବିହାରୀ ରଥଙ୍କ 92ତମ ଜୟନ୍ତୀ ପାଳନ

ଏହି ଉତ୍ସବରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ଆଇନଜୀବୀ ସଂଘର ସଭାପତି ଜଗବନ୍ଧୁ ସାହୁ ପୌରହିତ୍ୟ କରିଥିଲେ । ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ୍. ମୂରଲୀଧର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥି ସହ ଓଡିଶାର ଆଡଭୋକେଟ ଜେନେରାଲ ଅଶୋକ ପରିଜା, ସଞ୍ଜିତ ମହାନ୍ତି ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ବିପିନ ବିହାରୀ ରଥଙ୍କର ସ୍ମୃତି ଚାରଣ କରିଥିଲେ ।

ଏପଟେ ଏହି ଉତ୍ସବରେ ସ୍ବର୍ଗତ ବିପିନ ବିହାରୀ ରଥଙ୍କର ତୈଳ ଚିତ୍ର ଏବଂ ସ୍ମରଣିକା ପୁସ୍ତକ ମୁଖ୍ୟ ଅତିଥିଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ସ୍ମୃତି କମିଟିର ଆବାହକ ତଥା ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ବରେଣ୍ୟ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details