ଓଡିଶା

odisha

By

Published : Jun 28, 2020, 6:45 PM IST

Updated : Jun 28, 2020, 6:58 PM IST

ETV Bharat / state

ସିଡିଏ ସେକ୍ଟର-9 ଏବଂ ବଡମ୍ବା ଟାଉନ କଣ୍ଟେନମେଣ୍ଟ ଜୋନ ଘୋଷିତ

ବଡମ୍ବା ଥାନାଧିକାରୀ କୋରୋନା ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ହେଲା ସିଡିଏ ସେକ୍ଟର-9 ଏବଂ ସମଗ୍ର ବଡମ୍ବା ଟାଉନ । ପଜିଟିଭ ଚିହ୍ନଟ ସମ୍ପୃକ୍ତ ଥାନାଧିକାରୀ ଜଣକ ସିଡ଼ିଏ ସେକ୍ଟର-୯ ଅଞ୍ଚଳରେ ରହୁଥିଲେ । ଅଧିକ ପଢନ୍ତୁ...

CDA Sector-9 Area Contenment Zone has been declared
ସିଡିଏ ସେକ୍ଟର-9 ଏବଂ ବଡମ୍ବା ଟାଉନ କଣ୍ଟେନମେଣ୍ଟ ଜୋନ ଘୋଷିତ

କଟକ: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା 500 ଅତିକ୍ରମ କରିଛି । ସେପଟେ କଟକ ସିଡିଏ ସେକ୍ଟର-9 ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଉକ୍ତ ଅଞ୍ଚଳରୁ ଜଣେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ କଟକ ମହାନଗର ନିଗମ ଏଭଳି ନିଷ୍ପତ୍ତି ନେଇଛି ।

ସୂଚନାନୁଯାୟୀ, ବଡମ୍ବା ଥାନାଧିକାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ଥାନାଧିକାରୀ ସିଡ଼ିଏ ସେକ୍ଟର-୯ ଅଞ୍ଚଳରେ ରହୁଥିଲେ । ତେବେ ଦକ୍ଷିଣରେ ମୁଖ୍ୟ ରାସ୍ତାର ଡି-୪୭ ରୁ ଡି-୪୯ ପର୍ଯ୍ୟନ୍ତ ରାସ୍ତାକୁ ସିଲ କରାଯାଇଛି । ସେହିପରି ପଶ୍ଚିମରେ ଡି-୧ ରୁ ବି-୩୪ ପର୍ଯ୍ୟନ୍ତ ରାସ୍ତାକୁ ସିଲ କରାଯାଇଥିବା ବେଳେ ଉତ୍ତରରେ ଆମ୍ବତୋଟା ରାସ୍ତାର ଡି -୧ ରୁ ବି -୩୪ ପର୍ଯ୍ୟନ୍ତ ରାସ୍ତାକୁ ସିଲ କରାଯାଇଛି । ପୂର୍ବରେ ମଧ୍ୟ ବି -୩୫ ପ୍ଲଟରୁ ଏ -୪୩ ପର୍ଯ୍ୟନ୍ତ ପ୍ଲଟ ପଛକୁ ସିଲ କରାଯାଇଛି । ଉକ୍ତ ଅଞ୍ଚଳରେ ଗାଡି ଚଳାଚଳ ଓ ଲୋକଙ୍କ ଗମନାଗମନ ବାରଣ କରାଯାଇଥିବା ବେଳେ ସରକାରୀ ଓ ଘରୋଇ ଅନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସିଡିଏ ସେକ୍ଟର-9 ଏବଂ ବଡମ୍ବା ଟାଉନ କଣ୍ଟେନମେଣ୍ଟ ଜୋନ ଘୋଷିତ

ଉକ୍ତ ଅଞ୍ଚଳରେ ଅତ୍ୟାବଶ୍ୟକ ସେବା ତଥା ସାମଗ୍ରୀ ଯୋଗାଇବାକୁ ନୋଡାଲ ଅଫିସର ନିୟୋଜିତ କରାଯାଇଥିବା ସିଏମସି ପକ୍ଷରୁ ନିର୍ଦ୍ଦେଶନାମା ରହିଛି । ଏହାରି ଭିତରେ କଣ୍ଟାକ୍ଟ ଟ୍ରେସିଂ କାର୍ଯ୍ୟ କରାଯିବ ବୋଲି ସିଏମସି ପକ୍ଷରୁ ସୂଚନା ମିଳିଛି ।

ସେହିପରି କୋଭିଡ-19ର ପ୍ରସାରକୁ ରୋକିବା ପାଇଁ ସମଗ୍ର ବଡମ୍ବା ଟାଉନକୁ ସବ-କଲେକ୍ଟର ଦ୍ବାରା ଗତ 29 ତାରିଖ ସକାଳ 10ଟାରୁ ଜୁଲାଇ 2 ତାରିଖ ସକାଳ 10ଟା ପର୍ଯ୍ୟନ୍ତ 72ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jun 28, 2020, 6:58 PM IST

For All Latest Updates

ABOUT THE AUTHOR

...view details