ଓଡିଶା

odisha

ETV Bharat / state

ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ, 12 ଗିରଫ - Cattle truck seized at cuttack

କଟକ ଚୌଦ୍ବାର ଥାନା ଅଞ୍ଚଳରୁ ବେଆଇନ ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିଛି କମିଶନରେଟ ପୋଲିସ ଓ ଏସଟିଏଫ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Jul 22, 2019, 10:50 PM IST

କଟକ: ଚୌଦ୍ବାର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ନୁନଟିକରି ହନୁମାନ ମନ୍ଦିର ନିକଟରୁ ଏକ ଗୋରୁ ବୋଝେଇ କଣ୍ଟେନରକୁ ଜବତ ହୋଇଛି । ରବିବାର ବିଳମ୍ବିତ ରାତିରେ କମିଶନରେଟ ପୋଲିସ ଓ ଏସଟିଏଫ ମିଳିତ ଭାବେ ଏହାକୁ ଜବତ କରି ଘଟଣାରେ 12 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନାନୁଯାୟୀ, କୌଣସି ଏକ ବିଶେଷ ସୂତ୍ରରୁ ଚୌଦ୍ବାର ପୋଲିସ ଜାଣିବାକୁ ପାଇଥିଲାଯେ, ଅନୁଗୁଳ, ବଡମ୍ବା, ନରସିଂହପୁର ଅଞ୍ଚଳରୁ ଏକ ଗୋରୁ ବୋଝେଇ କଣ୍ଟେନର ଶତାଧିକ ଗୋରୁଙ୍କୁ ବେଆଇନ ଭାବେ କୋଲକାତାକୁ ଚାଲଣ କରୁଛି । ଏହାପରେ ଚଢାଉ ଆରମ୍ଭ କରିଥିଲା ପୋଲିସ । ତେବେ ଗୋରୁମାନଙ୍କୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲେ ମଧ୍ୟ କିଛି ଗୋରୁ ଯନ୍ତ୍ରଣାରେ ମରିଯାଇଥିବାର ଜଣାପଡିଛି।

ଘଟଣାରେ ସଂପୃକ୍ତ ୧୨ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କଣ୍ଟେନର, ୫୭ଟି ଗୋରୁ, ଗୋଟିଏ ବୋଲେରୋ ଏବଂ ଗୋଟିଏ ସ୍କର୍ପିଓ ଗାଡି ସମେତ ଏକ ଲକ୍ଷ ୮୨ ହଜାର ଟଙ୍କା ଜବତ କରିଛି । ଚୌଦ୍ବାର ସ୍ଥିତ କୋଚିଲା ନୂଆଗାଁଠାରେ ଥବା ଗୋଶାଳାରେ ସମସ୍ତ ଜୀବନ୍ତ ଗୋରୁଙ୍କୁ ଛଡା ଯାଇଥିବା ବେଳେ ମୃତ୍ୟୁ ବରଣ କରିଥିବା ୫ଟି ଗୋରୁଙ୍କୁ ନିକଟସ୍ଥ ଡମଡମଣୀ ଜଙ୍ଗଲରେ ପୋତି ଦିଆଯାଇଛି।

ଏହି ଗୋରୁ ଚାଲଣ ରାକେଟ ଖୋର୍ଦ୍ଧା ବେଗୁନିଆରୁ ଆରମ୍ଭ କରି ୫୫ ଓ ୧୬ ନମ୍ବର ଜାତୀୟ ରାଜପଥ ଦେଇ ନିର୍ଗୁଣ୍ଡି ଟୋଲଗେଟ ପାସ କରି କଲିକତା ଯାଉଥିବା ବେଳେ ଜଣାପଡିଛି । ତେଣୁ ଏବେ ନିର୍ଗୁଣ୍ଡି ଠାରେ ଥିବା ଟୋଲଗେଟ ଠାରେ ପ୍ରତ୍ୟେକ ଦିନ ଜୋରଦାର ଚଢାଉ କରାଯିବ ବୋଲି ଏସଟିଏଫ ପ୍ରକାଶ କରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details