ଓଡିଶା

odisha

ETV Bharat / state

କୋଭିଡ ପରିଚାଳନାରେ ଅବ୍ୟବସ୍ଥାକୁ ନେଇ ହାଇକୋର୍ଟରେ ମାମଲା

ରାଜ୍ୟରେ କୋଭିଡ ପରିଚାଳନା ଅବ୍ୟବସ୍ଥାକୁ ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଛି । ଅଧିକ ପଢନ୍ତୁ...

କୋଭିଡ ପରିଚାଳନାରେ ଅବ୍ୟବସ୍ଥାକୁ ନେଇ ହାଇକୋର୍ଟରେ ମାମଲା
କୋଭିଡ ପରିଚାଳନାରେ ଅବ୍ୟବସ୍ଥାକୁ ନେଇ ହାଇକୋର୍ଟରେ ମାମଲା

By

Published : Jun 21, 2021, 6:08 PM IST

କଟକ:ରାଜ୍ୟରେ କୋଉିଡ ହସ୍ପିଟାଲରେ ଅବ୍ୟବସ୍ଥା, ରୋଗୀଙ୍କୁ ଅବହେଳା ଏବଂ ଶ୍ମଶାନରେ ମୃତଦେହ ଉପରେ ମୃତଦେହ ରଖି ଦାହ କରିବା ପ୍ରସଙ୍ଗ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର ହୋଇଛି । ଏହି ମାମଲା ସାମାଜିକ କର୍ମୀ କାଳୀପଦ ମିଶ୍ର ଦାଏର କରିଥିବା ଜଣାପଡିଛି ।

କୋଭିଡ ପରିଚାଳନାରେ ଅବ୍ୟବସ୍ଥାକୁ ନେଇ ହାଇକୋର୍ଟରେ ମାମଲା

ବାରିପଦା ହସ୍ପିଟାଲରେ ରୋଗୀ ତଳେ ଗଡିବା, ଶୌଚାଳୟ ପାଖରେ ଶୋଇବା ଏବଂ ବଲାଙ୍ଗୀରର ଏକ ଶ୍ମଶାନରେ ଗୋଟିଏ ଜୁଇରେ ଏକାଥରେ ମୃତଦେହ ଉପରେ ମୃତଦେହ ରଖି 10 ଜଣଙ୍କୁ ଦାହ କରିବା ଘଟଣାରେ ହାଇକୋର୍ଟରେ ମାମଲା ଦାଏର ହୋଇଛି । ତେବେ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ କରିବା, ହସ୍ପିଟାଲ୍ ଏବଂ ଦୋଷୀ ଅଧିକାରୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, କୋଭିଡ ହସ୍ପିଟାଲରେ ସିସିଟିଭି ଲଗାଇବାକୁ ଅପିଲ କରାଯାଇଛି ।

ରୋଗୀଙ୍କ ଚିକିତ୍ସା ପାଇଁ ସରକାରଙ୍କ ନିର୍ଦ୍ଦେଶାବଳୀକୁ ସାରା ରାଜ୍ୟରେ ସଠିକ ଭାବରେ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରାଯାଇଛି। ମାମଲାରେ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବ ଏବଂ ମୟୂରଭଞ୍ଜ ଜିଲ୍ଲାପାଳ, ବଲାଙ୍ଗୀର ଜିଲ୍ଲାପାଳ ପକ୍ଷଭୁକ୍ତ ହୋଇଛନ୍ତି । ମାମଲାକୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ପରିଚାଳନା କରୁଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details