ଓଡିଶା

odisha

ETV Bharat / state

ହାଇକୋର୍ଟରେ ପରିକ୍ରମା ପ୍ରକଳ୍ପ ମାମଲା, ଆବେଦନକାରୀଙ୍କୁ ଆୟ ହିସାବ ମାଗିଲେ ଅଦାଲତ - ହାଇକୋର୍ଟରେ ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ

Case Against Parikrama Project In High Court: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନକୁ ବିରୋଧ ସମ୍ପର୍କିତ ମାମଲା । ଆବେଦନକାରୀଙ୍କ ଆୟ ସମ୍ପର୍କରେ ତଥ୍ୟ ଲୋଡ଼ିଲେ ହାଇକୋର୍ଟ। ସତ୍ୟପାଠ ଜରିଆରେ ତଥ୍ୟ ଦାଖଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକେର୍ଟ। ଅଧିକ ପଢ଼ନ୍ତୁ

ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ
ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ

By ETV Bharat Odisha Team

Published : Jan 16, 2024, 6:20 PM IST

କଟକ: ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନକୁ ବିରୋଧ ସମ୍ପର୍କିତ ମାମଲା । ଆବେଦନକାରୀଙ୍କ ଆୟ ସମ୍ପର୍କରେ ତଥ୍ୟ ଲୋଡ଼ିଲେ ହାଇକୋର୍ଟ । ସତ୍ୟପାଠ ଜରିଆରେ ତଥ୍ୟ ଦାଖଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକେର୍ଟ । ଏହାସହ ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଭାରତୀୟ ବିକାଶ ପରିଷଦ ଏବଂ ଜଗନ୍ନାଥ ସେନା ପକ୍ଷରୁ ଏକ ମାମଲା ଦାୟର ହୋଇଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଅଯଥା ଖର୍ଚ୍ଚ ଏବଂ କରୋନା ଆଶଙ୍କାକୁ ନେଇ ଦାୟର ହୋଇଥିଲା ମାମଲା ।

ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । ଜଗନ୍ନାଥ ସେନା ଏବଂ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଥିଲା । ଆସନ୍ତାକାଲି ଲୋକାର୍ପିତ ହେବାକୁ ଥିବା ପରିକ୍ରମା ପ୍ରକଳ୍ପରେ ଜନସମାବେଶକୁ ବିରୋଧ କରି କୋର୍ଟରେ ମାମଲା ରୁଜୁ କରାଯାଇଥିଲା । ଲୋକଙ୍କୁ ମନ୍ଦିର ନଆଣି ପ୍ରତି ଗାଁରେ ଟିଭି ବ୍ୟବସ୍ଥା ଦ୍ୱାରା ଉଦଘାଟନୀ ଉତ୍ସବର ଦର୍ଶନ ବ୍ୟବସ୍ଥା କରାଯାଉ ବୋଲି ଆବେଦନକାରୀ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି । ଏହି ମାମଲାରେ ପୁରୀ ଜିଲ୍ଲାପାଳ, ପୁରୀ ଏସପି, ଅର୍ଥ ବିଭାଗ ସମେତ ୬ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ......ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ପୌଷ ମାସରେ ଶୁଭକାର୍ଯ୍ୟ କରିବା ଶାସ୍ତ୍ର ବିରୋଧୀ କହିଲା ଓଡ଼ିଶା ବ୍ରାହ୍ମଣ ସମାଜ

ଆସନ୍ତାକାଲି (୧୭ ତାରିଖରେ) ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ସଚିବଙ୍କ ସହିତ ପୁରୀ ଗସ୍ତରେ ଆସି ପରିକ୍ରମା ପ୍ରକଳ୍ପର କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ପ୍ରଥମେ ମଙ୍ଗଳାଘାଟ ନିକଟ ସମଙ୍ଗଠାରେ ନିର୍ମାଣ ହେଉଥିବା ପାର୍କିଂ, ନବନିର୍ମିତ ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ନୂତନ ରାସ୍ତା ଶ୍ରୀମାର୍ଗର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲି ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଥିଲେ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଆସିବାକୁ ଥିବା ଅତିଥିମାନେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ରିସେପସନ୍ ସେଣ୍ଟରକୁ ଆସିବା ପରେ ଶ୍ରୀମାର୍ଗ ଦେଇ ପରିକ୍ରମା ପ୍ରକଳ୍ପ ମାର୍ଗରେ ପହଞ୍ଚି ପାରିବେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details