କଟକ: କଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱା କାର ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଚାଲିଗଲା କାର ଚାଳକଙ୍କ ଜୀବନ। । ଦୁର୍ଘଟଣାର ସୂଚନା ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ ପହଁଞ୍ଚି ଗୁରୁତରଙ୍କୁ ଏସିବିରେ ଭର୍ତ୍ତି କରିଥିଲା । ଏହାସହ ମୃତକଙ୍କୁ ଶରୀରକୁ ମଧ୍ୟ ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲ ପଠାଇଛି ପୋଲିସ । ତେବେ ସୂଚନା ଅନୁସାରେ ଆଜି ଅପରାହ୍ନରେ ନୂଆ ବାଜାର ସ୍କୁଲ ନିକଟରେ ଏକ ବଡ ଧରଣର ଦୁର୍ଘଟଣା ଘଟିଥିଲା । ନୂଆବାଜାରରୁ ରଘୁନାଥପୁର ଅଭିମୁଖେ ଦୃତଗତିରେ ଯାତ୍ରା କରୁଥିବା ଇଣ୍ଡିଗୋ କାରକୁ ଅପର ପକ୍ଷରୁ କଟକ ଆଡ଼କୁ ଆସୁଥିବା ହାଇୱା ଟ୍ରକ୍ ମୁହାଁ ମୁହିଁ ଧକ୍କା ଦେଇଥିଲା ।
ଏହା ବି ପଢ଼ନ୍ତୁ: ଉତ୍ତରାଖଣ୍ଡରେ ପ୍ରବଳ ତୁଷାରପାତ, ଫସି ରହିଥିବା ୧୧ ବିଦେଶୀ ଟ୍ରେକର ଉଦ୍ଧାର କଲା SDRF ଟିମ
ଫଳରେ ଇଣ୍ଡିଗୋ କାରଟି ବିପରୀତ ଦିଗକୁ ଘୁରି ପଡ଼ିଥିଲା । ଘଟଣା ସ୍ଥଳରେ ଜଣେ ବାଟୋଇ ଛିଡା ହୋଇଥିବା ବେଳେ କାରଟି ତାଙ୍କ ଦେହରେ ବାଡ଼େଇ ହୋଇ ଯିବା ଫଳରେ ବାଟୋଇ ଜଣକ ଖଣ୍ଡିଆ ଗୁରିତର ହୋଇଛନ୍ତି । ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା ଘଟିଥିଲା । ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀର କର୍ମାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତିନିଜଣ ଆହତଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛନ୍ତି ।