କଟକ: ଦୂର ହେଲୋ କର୍କଟ ରୋଗୀଙ୍କ ଚିନ୍ତା । ଏଣିକି ଚିକିତ୍ସା ପାଇଁ ଆଉ ହେବାକୁ ପଡିବନି ହନ୍ତସନ୍ତ । ଦୌଡିବାକୁ ପଡିବନି ଗୋଟିଏ ପରେ ଗୋଟିଏ ହସ୍ପିଟାଲ । ଏନେଇ ଶୁକ୍ରବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ରେଡିଓ ଥେରାପି ୟୁନିଟର ଶିଳାନ୍ୟାସ କରିଛନ୍ତି । ଯାହା ସାଧାରଣ ଜନତାଙ୍କ ପାଇଁ ବେଶ ସହାୟକ ହେବ । ଏହି ମେଗା ପ୍ରକଳ୍ପକୁ ହାତକୁ ନେଇଛନ୍ତି ଖୋଦ ରାଜ୍ୟ ସରକାର ।
ଏହି ପ୍ରକଳ୍ପ ଜରିଆରେ ଖୁବଶୀଘ୍ର ପୂର୍ଣ୍ଣ ହେବ ରାଜ୍ୟ ସରକାରଙ୍କ ସ୍ବପ୍ନ । ସ୍ବାସ୍ଥ୍ୟ ବିକାଶ ଦିଗରେ ଓଡ଼ିଶା ହେବ 1 ନମ୍ବର । ଏହି ରେଡ଼ିଓଥେରାପି ୟୁନିଟ ନିର୍ମାଣ ପାଇଁ 6 କୋଟି 25 ଲକ୍ଷ ବ୍ୟୟ ବରାଦ ହୋଇଛି । ଯାହାଦ୍ବାରା ସମସ୍ତ କର୍କଟ ରୋଗୀଙ୍କୁ ମିଳିପାରିବ ସବୁ ସୁବିଧା । ରୋଗ ଚିହ୍ନଟ ଠୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ । ସବୁ ପରୀକ୍ଷା ନିରୀକ୍ଷା ତୁରନ୍ତ ହେବ । ତେବେ ଏହି ମେଗା ପ୍ରୋଜେକ୍ଟରେ ସାଧାରଣ ଜନତା ନିଶ୍ଚୟ ଉପକୃତ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।