କଟକ:ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ। ଅଭିଯୁକ୍ତ ନିରଞ୍ଜନ ସେଠୀଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଆବଶ୍ୟକ ସର୍ତ୍ତପୂରଣ ପରେ ନିରଞ୍ଜନଙ୍କୁ ଜାମିନ ଦେବା ପାଇଁ ନିମ୍ନ ଅଦାଲତକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ନିମ୍ନ ଅଦାଲତରେ ଜାମିନ ଆବେଦନ ଖାରଜ ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ନିରଞ୍ଜନ। ଏବେ ଝୁନା ଭୋଇ ଓ କୃଷ୍ଣଚନ୍ଦ୍ର ରାଉତଙ୍କ ଜାମିନ ଆବେଦନ ବିଚାରାଧୀନ ରହିଛି ।
ଏକ ୱେବ ପୋର୍ଟାଲ୍ରେ କ୍ୟାମେରାମ୍ୟାନ ଭାବରେ କାର୍ଯ୍ୟ କରୁଥିଲେ ମାନସ ସ୍ବାଇଁ । ତେବେ କୌଣସି ଏକ ବିବାଦୀୟ ଭିିଡିଓକୁ ନେଇ ମାନସକୁ ଅପହରଣ କରିନେଇଥିଲେ ୱେବ ପୋର୍ଟାଲର ମାଲିକାଣି ଓ ଅଭିଯୁକ୍ତ ନିରଞ୍ଜନ ସେଠୀ । ଏହି ଘଟଣାରେ ମୋଟ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ । ପୂର୍ବରୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରି ସାରିଛି ପୋଲିସ । ଜୁଲାଇ 2 ତାରିଖରେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଅଭିଯୁକ୍ତ ନିରଞ୍ଜନ ସେଠୀ ।