କଟକ: ଜିଲ୍ଲାରେ ଛୁରା ମାଡରେ ଜଣେ ବ୍ୟବସାୟୀ ଗୁରୁତର । ଗୁରୁତର ବ୍ୟବସାୟୀ ଜଣକ ହେଉଛନ୍ତି ବଜ୍ରକବାଟି ଅଞ୍ଚଳର ଭିକି ବେହେରା । ପୂର୍ଵ ଶତ୍ରୁତାକୁ ନେଇ ଏହି ଛୁରା ମାଡ଼ କରାଯାଇଥିବା ଜଣା ପଡିଛି ।
ତେବେ ଗୁରୁତର ଆହତ ଅବସ୍ଥାରେ ଭିକିଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସ୍ଥିର ଥିବା ଜଣା ପଡ଼ିଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଭିକିଙ୍କ ପରିବାର ଲୋକ ଥାନାରେ ମାମଲା ରୁଜୁ ନକରିବାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।
ପୂର୍ବ ଶତ୍ରୁତାକୁ ନେଇଛୁରା ମାଡ଼, ବ୍ୟବସାୟୀ ଆହତ ସୂଚନା ଅନୁଯାୟୀ, ଭିକି ବେହେରା କଟକ ବଜ୍ରକବାଟି ଅଞ୍ଚଳରେ ଫଳ ବ୍ୟବସାୟ କରନ୍ତି । ସୋମବାର ସନ୍ଧ୍ୟା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ତାଙ୍କ ଦୋକାନରୁ ଉଠାଇ ନେଇ ଛୁରା ମାଡ଼ କରିଥିଲେ । ଛୁରା ମାଡରେ ତାଙ୍କ ଶରୀରରେ ଗଭୀର ଆଘାତ ଲାଗିବାରୁ କିଛି ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲକୁ ନେଇଥିଲେ । ତେବେ ଏନେଇ ତାଙ୍କର ପରିବାର ଲୋକ ଥାନାରେ ମାମଲା ରୁଜୁ କରି ନଥିଲେ ।
ପ୍ରେମ ପାଇଁ ଏଭଳି ଛୁରା ମାଡ଼ କରାଯାଇଛି ବୋଲି ସନ୍ଦେହ କରାଯାଉଛି । ଯାହା ଫଳରେ ପରିବାର ଲୋକ ଘଟଣାକୁ ଚପାଇଦେବା ପାଇଁ ଥାନାରେ ମାମଲା ରୁଜୁ କରିବାକୁ ଚାହୁଁ ନାହାନ୍ତି । ତେବେ ବାଦାମବାଡ଼ି ଥାନା ପୋଲିସ ଘଟଣାକୁ ଅତି ଗୁରୁତ୍ବର ନେବା ସହ ଘଟଣାର ତଦନ୍ତ କରି ଅପରାଧିଙ୍କୁ ଖୋଜିବା ଆରମ୍ଭ କରିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ