କଟକ:ପୁରୀ ବସଷ୍ଟାଣ୍ଡରେ ଗୁରୁବାର ହୁତୁହୁତୁ ହୋଇ ଏକ ଯାତ୍ରୀବାହୀ ବସ୍ ଜଳିଯାଇଛି । ଏହି ଯାତ୍ରୀବାହୀ ବସ୍ଟି ଦୀର୍ଘଦିନ ଧରି ଷ୍ଟାଣ୍ଡରେ ରହିଥିବା ବେଳେ ବସ୍ରେ ନିଆଁ ଲାଗିବାର କାରଣ ଏଯାବତ୍ ଅସ୍ପଷ୍ଟ ରହିଥିବା ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ତେବେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ନିଆଁ ପାଖ ଅଞ୍ଚଳକୁ ବ୍ୟାପିବା ପୂର୍ବରୁ ଅତିଶୀଘ୍ର ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା ଅଗ୍ନିଶମ ବାହିନୀ । କୋରୋନା ଲାଗି ବସ୍ଟି ଚାଲୁନଥିବା ବେଳେ ପୁରୀ ବସ୍ ଷ୍ଟାଣ୍ଡରେ ଅଫ ରୋଡ୍ରେ ରହିଥିଲା । ବସ୍ରେ ଇନସୁରାନ୍ସ ନଥିବା ବସ୍ ମାଲିକାଣୀ କହିଛନ୍ତି ।