କଟକ:ଛାତ୍ରୀଙ୍କୁ ଘରେ ପୁରାଇ ନିଆଁ ଲଗାଇଲେ ଦୁର୍ବୃତ୍ତ । କଟକ ମାନସୀ ପାଟଣାରେ ଘଟିଛି ଏହି ଅଭାବନୀୟ ଘଟଣା। ଗୁରୁତର ଅବସ୍ଥାରେ ଛାତ୍ରୀଜଣକ ଏସସିବିରେ ଭର୍ତ୍ତି କରାଯାଇଛି । କିଏ ଏବଂ କେଉଁ କାରଣରୁ ନିଆଁ ଲଗାଇଲା ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଲାଲବାଗ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ , ଛାତ୍ରୀ ଜଣକ ଖ୍ରୀଷ୍ଟ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପାଠ ପଢୁଥିଲେ।
ଦୁର୍ବୃତ୍ତଙ୍କ ତୁମଳକାଣ୍ଡ, ଛାତ୍ରୀଙ୍କୁ ଘରେ ପୁରାଇ ଲଗାଇଲେ ନିଆଁ - student buried
13:59 February 25
ଦୁର୍ବୃତ୍ତଙ୍କ ତୁମଳ କାଣ୍ଡ, ଛାତ୍ରୀଙ୍କୁ ଘରେ ପୁରାଇ ଲଗାଇଲେ ନିଆଁ
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଛାତ୍ରୀ ଜଣକ ଏକ ବର୍ଷ ହେବ ତାଙ୍କ ବାପା ଓ ମାଙ୍କ ସହ ଏହି ଭଡା ଘରେ ରହିଆସୁଛନ୍ତି। ମାତ୍ର ୧୫ ଦିନ ପୂର୍ବରୁ କେହି ଛାତ୍ରୀ ଜଣଙ୍କୁ ଧମକ ଦେଇଥିଲେ। ଆଜି କିଛି ଦୁର୍ବୃତ୍ତ ଘର ପଛପଟୁ ପଶି ଛାତ୍ରୀ ଜଣଙ୍କୁ ପ୍ରଥମେ ଅଚେତ କରିଥିଲେ।
ଏହାପରେ ଛାତ୍ରୀ ଜଣକ ଗୋଡ଼ ହାତ ବାନ୍ଧି ଦେଇ ଘରେ ନିଆଁ ଲଗାଇ ଫେରାର ହୋଇଯାଇଥିଲେ। ପ୍ରାୟ ୪ ଜଣ ଦୁର୍ବୃତ୍ତ ଏହି ଘଟଣାରେ ସାମିଲ ଥିବା ଜଣାପଡିଛି। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ