କଟକ: ମହଙ୍ଗା ପଡିଲା ପରକୀୟା ପ୍ରୀତି । ଶେଷରେ ଦାଦା ପୁଅ ଟାଙ୍ଗିଆ ଚୋଟରେ ଚାଲିଗଲା ବଡବାପା ପୁଅର ଜୀବନ । ଘଟଣା ଘଟିଛି ଟାଙ୍ଗୀ ଥାନା ସାମନ୍ତରାୟପୁରରେ । ଗତକାଲି(ମଙ୍ଗଳବାର) ରାତିରେ ଘଟିଛି ଏହି ଲୋମ ଟାଙ୍କୁରା ଘଟଣା। ଅନ୍ୟପଟେ ମୃତକଙ୍କ ଦାଦା ଓ ତାଙ୍କ ପୁଅ ଥାନାରେ ଅଟକ ରଖିଛି ପୋଲିସ ।
ପରକୀୟା ପ୍ରୀତି ପାଇଁ ଗଲା ଜୀବନ, ଭାଇକୁ ହାଣିଲା ଭାଇ - ଟାଙ୍ଗୀ ହତ୍ୟାକାଣ୍ଡ
ପରକୀୟୀ ପ୍ରୀତି ସନ୍ଦେହରେ ବଡବାପା ପୁଅ ଭାଇକୁ ହାଣିଲା ଦାଦାପୁଅ ଭାଇ । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା । ଅଧିକ ପଢନ୍ତୁ...
ପରକିୟା ପ୍ରୀତି ପାଇଁ ଗଲା ଜୀବନ, ଭାଇକୁ ହାଣିଲା ଭାଇ
ପରକିୟା ପ୍ରୀତି ପାଇଁ ଗଲା ଜୀବନ, ଭାଇକୁ ହାଣିଲା ଭାଇ
ଟାଙ୍ଗୀ ସାମନ୍ତରାୟପୁରର ଗୌତମ ସ୍ୱାଇଁଙ୍କୁ ତାଙ୍କ ଦାଦା ପୁଅ ଘରୁ ଘୋଷାରି ଘର ପାଖ ଏକ ବିଲକୁ ନେଇ ଯାଇଥିଲେ । ସେଠାରେ ଗୌତମଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା କରିଛି ଦାଦା ପୁଅ ଭାଇ । ଘଟଣାଟି ସ୍ଥାନୀୟ ଅଞ୍ଚଳ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ପରକୀୟା ପ୍ରୀତି ସନ୍ଦେହରେ ଏପରି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଖବର ପାଇଁ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ