ଓଡିଶା

odisha

By

Published : Sep 18, 2019, 12:34 PM IST

ETV Bharat / state

ନିହାରିକାଙ୍କୁ ମାରିଲା କିଏ, ମୁହଁ ଖୋଲିଲେ ଭିଣୋଇ?

ନର୍ସ ନିହାରିକାଙ୍କ ଏଭଳି ବୀଭତ୍ସ ଭାବେ ହତ୍ୟାକୁ ନେଇ ମୁହଁ ଖୋଲିଛନ୍ତି ନିହାରିକାଙ୍କ ଭିଣୋଇ । ତାଙ୍କ କହିବା କଥା, ନିହାରିକାଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିବା ସହ ତାଙ୍କ ମୁହଁକୁ କୌଣସି କେମିକାଲ ଦ୍ବାରା ନଷ୍ଟ କରାଯିବାକୁ ଉଦ୍ୟମ କରାଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ଏବେ ଚର୍ଚ୍ଚାରେ ନର୍ସ ନିହାରିକାଙ୍କ ମୃତ୍ୟୁ ମାମଲା । ସମୟ ଗଡିବା ସହ ଘଟଣା ଆହୁରି ସନ୍ଦେହ ଘେରକୁ ଚାଲିଯାଉଛି । ପ୍ରଥମେ ନିଖୋଜ ଆଉ ଏହାର ଦଶ ଦିନ ପରେ ମିଳିଲା ନିହାରିକାଙ୍କ ମୃତଦେହ । ହେଲେ ଏହି ହତ୍ୟାକାଣ୍ଡରେ ନିହାରିକାଙ୍କ ବୟଫ୍ରେଣ୍ଡ ରାଜାଙ୍କ ସମ୍ପୃକ୍ତିକୁ ନେଇ ସନ୍ଦେହ ଉପୁଜିଥିବାବେଳେ ଏବେ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ କେଉଁ କାରଣରୁ ଓ କାହିଁକି ନିହାରିକାଙ୍କୁ ହତ୍ୟା କରାଗଲା ?

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ତେବେ ଏହାରି ମଧ୍ୟରେ ପୋଲିସ ଧରପଗଡ ଜାରି ରଖିଥିବାବେଳେ ନିହାରିକାଙ୍କ ଏଭଳି ବୀଭତ୍ସ ଭାବେ ହତ୍ୟାକୁ ନେଇ ମୁହଁ ଖୋଲିଛନ୍ତି ନିହାରିକାଙ୍କ ଭିଣୋଇ । ତାଙ୍କ କହିବା କଥା, ନିହାରିକାଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିବା ସହ ତାଙ୍କ ମୁହଁକୁ କୌଣସି କେମିକାଲ ଦ୍ବାରା ନଷ୍ଟ କରାଯିବାକୁ ଉଦ୍ୟମ କରାଯାଇଛି । ଯେମିତିକି ମୃତଦେହକୁ ଚିହ୍ନିନହୁଏ।

ଏହାରି ମଧ୍ୟରେ ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଭିଣୋଇଙ୍କ କହିବା କଥା, ବିବାହ ପାଇଁ ପରିବାର ପକ୍ଷରୁ କୌଣସି ଚାପ ନଥିଲା। ଦୁହିଁଙ୍କ ବିବାହକୁ ନେଇ ଗୋଟିଏ ଥର ରାଜାଙ୍କ ପରିବାରଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇଥିଲା । ହେଲେ ରାଜା କିଛି କରୁନଥିବାରୁ ତାଙ୍କ ପରିବାର ପଛଘୁଞ୍ଚା ଦେଇଥିଲେ । ହେଲେ ହତ୍ୟାର କୌଣସି ଠୋସ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details