ଓଡିଶା

odisha

By

Published : Feb 17, 2021, 10:38 PM IST

ETV Bharat / state

ବିଜେଡି ହାତକୁ ଯିବ ଉଭୟ ମେୟର ଓ ଡେପୁଟି ମେୟର ପଦ: ଦେବାଶିଷ

ସିଏମସି ନିର୍ବାଚନ କେବେ ହେବ ସେନେଇ କୌଣସି ତାରିଖ ଘୋଷଣା ହୋଇନଥିବାବେଳେ ରାଜନୀତି ଜୋର ଧରିଛି । ଅଧିକ ପଢନ୍ତୁ..

ବିଜେଡି ହାତକୁ ଯିବ ଉଭୟ ମେୟର ଓ ଡେପୁଟି ମେୟର ପଦ: ଦେବାଶିଷ ସାମନ୍ତରାୟ
ବିଜେଡି ହାତକୁ ଯିବ ଉଭୟ ମେୟର ଓ ଡେପୁଟି ମେୟର ପଦ: ଦେବାଶିଷ ସାମନ୍ତରାୟ

କଟକ: ସିଏମସି ନିର୍ବାଚନ କେବେ ହେବ ସେନେଇ କୌଣସି ତାରିଖ ଘୋଷଣା ହୋଇନାହିଁ । ତଥାପି ନିର୍ବାଚନକୁ ନେଇ ପ୍ରସ୍ତୁତ ପର୍ବ ଆରମ୍ଭ ହୋଇଗଲାଣି । ଆଜି ଶତାଧିକ ଯୁବ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ଉପସ୍ଥିତରେ ଆୟୋଜିତ ହୋଇଥିବା ବିଜେଡି ମିଶ୍ରଣ ପର୍ବରେ କଂଗ୍ରେସ ଛାଡି ବିଜେଡିର ଯୋଗ ଦେଇଛନ୍ତି ଶତାଧିକ ଯୁବ କଂଗ୍ରେସ କର୍ମୀ ।

ବିଜେଡି ହାତକୁ ଯିବ ଉଭୟ ମେୟର ଓ ଡେପୁଟି ମେୟର ପଦ: ଦେବାଶିଷ

ଆଗାମୀ ସିଏମସି ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ଥିବା ଜିଲ୍ଲା ସଭାପତି କହିଛନ୍ତି । ତେବେ ଉଭୟ ମେୟର ଓ ଡେପୁଟି ମେୟର ପଦ ବିଜେଡିର ହେବ ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି । ସେହିପରି ୮୦ ପ୍ରତିଶତ କର୍ପୋରେଟର ସିଟ ବିଜେଡିର ହେବ ବୋଲି ମଧ୍ୟ ଦେବାଶିଷ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details