ଓଡିଶା

odisha

ETV Bharat / state

ହାଇଡ୍ରୋପନିକ ପଦ୍ଧତି: ବିନା ମାଟିରେ ଫଳୁଛି ପନିପରିବା - ରେଭେନ୍ସା ବିଶ୍ୱବିଦ୍ୟାଳୟ

Botanical Department of Ravenshaw University grows vegetables with Hydroponic Cultivation, ବିନା ମାଟିରେ ଫଳିଛି ବିଭିନ୍ନ ପ୍ରକାରର ପନିପରିବା । ଫୁଲ ପରେ ପନିପରିବା ଉତ୍ପାଦନ କରି ଚର୍ଚ୍ଚାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ । ଆଗକୁ ପଢ଼ନ୍ତୁ,

ହାଇଡ୍ରୋପନିକ ପଦ୍ଧତିରେ ପରିବା ଚାଷ
ହାଇଡ୍ରୋପନିକ ପଦ୍ଧତିରେ ପରିବା ଚାଷ

By ETV Bharat Odisha Team

Published : Dec 16, 2023, 10:43 PM IST

ହାଇଡ୍ରୋପନିକ ପଦ୍ଧତିରେ ପରିବା ଚାଷ

କଟକ: ବିନା ମାଟିରେ ଫଳିଛି ବିଭିନ୍ନ ପ୍ରକାରର ପନିପରିବା । ଫୁଲ ପରେ ପନିପରିବା ଉତ୍ପାଦନ କରି ଚର୍ଚ୍ଚାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ । ହାଇଡ୍ରୋପନିକ ପଦ୍ଧତିରେ ସଫଳତା ହାସଲ କରିଛି ବିଭାଗ । ଗବେଷଣା ସହ ଉନ୍ନତ ମାନର ପୋଷକ ତତ୍ତ୍ୱର ପ୍ରଭାବରେ ପନିପରିବା ଚାଷ ହୋଇ ପାରୁଛି । ଆଗକୁ ଏହି ବୈଷୟିକ ଜ୍ଞାନ କୌଶଳ ଚାଷୀମାନଙ୍କ ପାଖରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛି ବିଭାଗ ।

ହାଇଡ୍ରୋପନିକ ଉପାୟରେ ଚାଷ

ବିନା ମାଟିରେ ଫଳିଛି ବିଭିନ୍ନ ପ୍ରକାରର ପନିପରିବା । ଫୁଲକୋବି, ବନ୍ଧାକୋବି, ବାଇଗଣ ଓ ଟମାଟରେ ଭର୍ତ୍ତି ସବୁଜ ଘର । ଏହି ଦୃଷ୍ୟଟି ରେଭେନ୍ସା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ସବୁଜଘରର । ଉନ୍ନତ ଜ୍ଞାନକୌଶଳ ହାଇଡ୍ରୋପନିକ ଉପାୟରେ ଏହା ସମ୍ଭବ ହୋଇଛି । ସାଧାରଣ ଚାଷ ଠାରୁ ଏହା ଅନେକାଂଶରେ ବ୍ୟୟ ବହୁଳ । ମାତ୍ର ଏହି ପଦ୍ଧତିରେ ଅଧିକ ଉତ୍ପାଦନ ଓ ଅମଳ ସମ୍ଭବ । କୃତ୍ରିମ ଉପାୟରେ ମାଟିରୁ ମିଳୁଥିବା ସମସ୍ତ ପୁଷ୍ଟିସାରକୁ ଗଛ ପାଖରେ ପହଞ୍ଚାଯାଉଛି । ଏବଂ ଗଛ ବଞ୍ଚିବା ପାଇଁ ଆବଶ୍ୟକ ସ୍ତରକୁ ନିୟନ୍ତ୍ରଣ କରାଯାଉଛି । ତାପ ସାଙ୍ଗକୁ ବାୟୁର ଆଦ୍ରତାକୁ ମଧ୍ୟ ନିୟନ୍ତ୍ରଣ କରାଯାଉଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା କଷ୍ଟକର ଥିଲା । ପାଣି ଓ ଅନ୍ୟ ଉପାଦାନର ସଫଳ ମାନକ ପରୀକ୍ଷା ଯୋଗୁ ଏହା ସମ୍ଭବ ହୋଇପାରିଛି ।

ଲାଭ ପାଇବେ ଚାଷୀ

ଏହି ହାଇଡ୍ରୋପନିକ ପ୍ରକଳ୍ପରେ ପୂର୍ବରୁ ସଫଳତାର ସହ ଉଭୟ ଫୁଲ ଓ କେଶର ଉତ୍ପାଦନ ହୋଇସାରିଛି । ଆଗକୁ ହାଇଡ୍ରୋପନିକ ଉପାୟରେ କିଭଳି ଉତ୍ପାଦନ କ୍ଷମତା ବୃଦ୍ଧି ହେବ ସେନେଇ ଗବେଷଣା କରାଯାଉଛି । ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ଚାଷ ସମ୍ବନ୍ଧୀୟ ଜ୍ଞାନ ଆହରଣ କରିପାରିବେ । ଏହି ବୈଷୟିକ ଜ୍ଞାନ କୌଶଳ ଚାଷୀମାନଙ୍କ ପାଖରେ ପହଞ୍ଚାଇବାର ଲକ୍ଷ ରଖିଥିବାରୁ ସେନେଇ ମଧ୍ୟ ଗବେଷଣା କରାଯାଉଛି । ଚାଷୀମାନେ କିପରି ଏହାର ଲାଭ ପାଇପାରିବେ ସେ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଭାଗ ପକ୍ଷରୁ ନିଆଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ....ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ବୃଦ୍ଧି: ୨୦୨୮ ଶେଷ ଯାଏଁ ବଳବତ୍ତର, ଖର୍ଚ୍ଚ ହେବ ୧୨୫୦ କୋଟି

ମାଟି ଉତ୍ପାଦିତ ପରିବା ଠାରୁ ଏହା ଅଧିକ ପୁଷ୍ଟିକର ହେବା ସହ ବଢ଼ିବା ପାଇଁ ସ୍ବଭାବିକ ସମୟ ଠାରୁ କମ ସମୟ ନେଇଥାଏ । ଏହା ସଫଳ ହେଲେ ଚାଷୀମାନେ ଅନୁର୍ବର ତଥା ମାଟି ନଥିବା ଜାଗାରେ ସଫଳତାର ସହ ଫାର୍ମିଂ କରି ଲାଭବାନ ହେବା ସହ ରୋଜଗାର କ୍ଷମ ହୋଇପାରିବେ।

ଇଟିଭି ଭାରତ, କଟକ

ABOUT THE AUTHOR

...view details