ଓଡିଶା

odisha

ETV Bharat / state

ସେବା କେନ୍ଦ୍ରକୁ ଦୁର୍ବୃତ୍ତଙ୍କ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ସରପଞ୍ଚ

ଅଡ଼ଶପୁରରେ ସେବା କେନ୍ଦ୍ର ଉପରକୁ ବୋମାମାଡ଼ । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକର ଅଡଶପୁର ପଞ୍ଚାୟତ ରାଜୀବ ଗାନ୍ଧି ସେବା କେନ୍ଦ୍ର ଉପରକୁ କିଛି ଜଣ ଦୁର୍ବୃତ୍ତ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି । ଏହି ବୋମା ମାଡ଼ରୁ ଅଳ୍ପକେ ବର୍ତ୍ତିଛନ୍ତି ନବ ନିର୍ବାଚିତ ସରପଞ୍ଚ । ଅଧିକ ପଢ଼ନ୍ତୁ

bomb attack on temporary medical camp in adashpur
ସେବା କେନ୍ଦ୍ର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ସରପଞ୍ଚ

By

Published : Mar 23, 2022, 11:53 AM IST

ନିଆଳି: ଅଡ଼ଶପୁରରେ ସେବା କେନ୍ଦ୍ର ଉପରକୁ ବୋମାମାଡ଼ । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକର ଅଡଶପୁର ପଞ୍ଚାୟତ ରାଜୀବ ଗାନ୍ଧି ସେବା କେନ୍ଦ୍ର ଉପରକୁ କିଛି ଜଣ ଦୁର୍ବୃତ୍ତ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି । ଏହି ବୋମା ମାଡ଼ରୁ ଅଳ୍ପକେ ବର୍ତ୍ତିଛନ୍ତି ନବ ନିର୍ବାଚିତ ସରପଞ୍ଚ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ସେବା କେନ୍ଦ୍ର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ସରପଞ୍ଚ

ସୂଚନା ମୁତାବକ, ଅଡ଼ଶପୁର ସ୍ଥିତ ରାଜୀବ ଗାନ୍ଧି ସେବା କେନ୍ଦ୍ର ଉପରକୁ ଗତକାଲି ରାତିରେ ବୋମାମାଡ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ଉକ୍ତ ସେବା କେନ୍ଦ୍ର ଉପରକୁ ବୋମା ମାଡ଼ କରି ଫେରାର ହୋଇ ଯାଇଥିଲେ। ତେବେ ସେବାକେନ୍ଦ୍ର ଭିତରେ ବସି କାର୍ଯ୍ୟ କରୁଥିବା ନବ ନିର୍ବାଚିତ ସରପଞ୍ଚ ତପନ ଦାସ ଓ ତାଙ୍କ କର୍ମୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ଏହି ଖବର ପାଇ ଓଲଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ସେପଟେ ବୋମାମାଡ଼ ପଛର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବାବେଳେ ରାଜନୈତିକ ଘଟଣାକୁ କେନ୍ଦ୍ର କରି ଏଭଳି କରାଯାଇଥିବା ସନ୍ଦେହ କରାଯାଉଛି । ଗତ କିଛି ଦିନ ତଳେ ବ୍ରାହ୍ମଣବାଟି ପଞ୍ଚାୟତରେ ଭଙ୍ଗାରୁଜା ଓ ସରପଞ୍ଚ ଘର ଉପରକୁ ବୋମାମାଡ ହୋଇଥିଲା । ସେହିପରି ନିଆଳି ବ୍ଳକର କପାସି ପଞ୍ଚାୟତ ସମିତିସଭ୍ୟା ଲକ୍ଷ୍ମୀପ୍ରିୟା ଲେଙ୍କାଙ୍କୁ ମଧ୍ୟ ରାଜନୈତିକ ଘଟଣାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିଲା । ଯାହା ଫଳରେ ନିଆଳି ଅଞ୍ଚଳ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଛି।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ABOUT THE AUTHOR

...view details