ଓଡିଶା

odisha

ETV Bharat / state

ଆସନ୍ତାକାଲି ପୂର୍ବାହ୍ନରେ ମାଧ୍ୟମିକ ଶିକ୍ଷା ପରଷଦର ପ୍ରେସମିଟ - ମାଟ୍ରୀକ ପରୀକ୍ଷା ଫଳାଫଳ

ଆସନ୍ତାକାଲି ପୂର୍ବାହ୍ନ 11ରେ ପ୍ରେସମିଟ କରିବ ମାଧ୍ୟମିକ ଶିକ୍ଷା ପରିଷଦ । ପରୀକ୍ଷା ଫଳାଫଳ ପ୍ରକାଶିତ ହେବା ପରେ ସୃଷ୍ଟି ହୋଇଥିବା ସମସ୍ୟା ଉପରେ ସ୍ପଷ୍ଟୀକରଣ ରଖିପାରେ ବୋର୍ଡ । ଅଧିକ ପଢନ୍ତୁ...

ଆସନ୍ତାକାଲି ପୂର୍ବାହ୍ନରେ ମାଧ୍ୟମିକ ଶିକ୍ଷା ପରଷଦର ପ୍ରେସମିଟ
ଆସନ୍ତାକାଲି ପୂର୍ବାହ୍ନରେ ମାଧ୍ୟମିକ ଶିକ୍ଷା ପରଷଦର ପ୍ରେସମିଟ

By

Published : Jun 28, 2021, 10:25 PM IST

କଟକ:ଆସନ୍ତାକାଲି ପୂର୍ବାହ୍ନ 11ରେ ପ୍ରେସମିଟ କରିବ ମାଧ୍ୟମିକ ଶିକ୍ଷା ପରିଷଦ ।ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳକୁ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ପ୍ରକାଶ ପାଇବା ପରେ ସ୍ପଷ୍ଟୀକରଣ ରଖିପାରେ ବୋର୍ଡ । କୋଭିଡ ସଂକ୍ରମଣ ପାଇଁ ପରୀକ୍ଷା ବାତିଲ ହେବା ସହ ପୂର୍ବ ପରୀକ୍ଷାର ପ୍ରଦର୍ଶନ ଆଧାରରେ ମିଳିଛି ମାର୍କ । ତେବେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ 97.89 ପ୍ରତିଶତ ଫଳାଫଳ ହେବା ସତ୍ତ୍ବେ ମଧ୍ୟ ବିଭିନ୍ନ ସ୍ଥାନରେ ଅସନ୍ତୋଷ ତେଜିବାରେ ଲାଗିଛି । କେଉଠି ମୁଲ୍ୟାଙ୍କନକୁ ବିରୋଧ କରି ପୁନଃ ମୁଲ୍ୟାଙ୍କନ ଦାବି ତ ଆଉ କେଉଁଠି ବୋର୍ଡ କାର୍ଯ୍ୟାଳୟ ଆଗରେ ଧାରଣା । ଏପରି ସ୍ଥଳେ ମୂଲ୍ୟାଙ୍କାନ ପ୍ରକିୟା ଓ ବୋର୍ଡର ପରିଚାଳନା ଉପରେ ସିଧାସଳଖ ପ୍ରଶ୍ନ ଉଠିଛି । ଗତ 4 ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପ୍ରଦର୍ଶନ ଭିତ୍ତିରେ ମୁଲ୍ୟାଙ୍କନ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।

ତେବେ ଏ ସମସ୍ତ ପ୍ରସଙ୍ଗକୁ ନେଇ ଆସନ୍ତାକାଲି ପ୍ରେସମିଟ କରିପାରନ୍ତି ବୋର୍ଡ କର୍ତ୍ତୃପକ୍ଷ । ଆଜି ଏନେଇ ସୂଚନା ମିଳିଛି । ତେବେ ଆସନ୍ତାକାଲି ଏହି ପ୍ରେସମିଟ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ହେବା ନେଇ ସ୍ଥିର କରାଯାଇଛି । ଏହି ପ୍ରେସମିଟରେ ମୁଲ୍ୟାଙ୍କନ ପ୍ରକ୍ରିୟା ଓ ପରବର୍ତ୍ତୀ ସମୟରେ ଦେଖାଯାଇଥିବା ଛାତ୍ର ଅଶାନ୍ତି ଉପରେ ସ୍ପଷ୍ଟୀକରଣ ରଖିପାରନ୍ତି ବୋର୍ଡ କର୍ତ୍ତୃପକ୍ଷ । ସେହିପରି ଫଳାଫଳ ପ୍ରକାଶିତ ହେବା ପରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ଉପରେ ମଧ୍ୟ ବୋର୍ଡ ପଦକ୍ଷେପ ନେଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

କଟକରୁ ନାରାୟଣ ସାହୁ , ଇଟିଭି ଭାରତ

ABOUT THE AUTHOR

...view details