କଟକ: ହରିଣଙ୍କୁ ସ୍ଥାନାନ୍ତର ପ୍ରକ୍ରିୟାର ପ୍ରତିବାଦ । କଟକ ଡିଅର ପାର୍କ ହରିଣଙ୍କୁ ସ୍ଥାନାନ୍ତରକୁ ନେଇ ପ୍ରତିବାଦ କରିଛି ବିଜେପି । ନଗର ବିଜେପି ସଭାପତିଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ ଓ କର୍ପୋରେଟର ହରିଣ ପାର୍କ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ହରିଣ ପାର୍କ କଟକର ଏକ ଐତିହ ସ୍ଥାନ । ଏହା କଟକର ଅନ୍ୟ ଏକ ପରିଚୟ । ତେଣୁ ସବୁ ହରିଣଙ୍କୁ ସ୍ଥାନାନ୍ତର ନକରି ଅନ୍ତତଃ କିଛି ହରିଣଙ୍କୁ ଡିଅର ପାର୍କରେ ରଖିବାକୁ ଦାବି କରିଛି ନଗର ବିଜେପି ।
ତେବେ ଆଉ ଦେଖିବାକୁ ମିଳିବେ ନାହିଁ କଟକ ସହର ଭିତରେ ଥିବା ଡିଅର ପାର୍କର ହରିଣଙ୍କୁ । 42 ବର୍ଷ ଧରି ଉଭୟ ସହରବାସୀ ଓ ପର୍ଯ୍ୟଟକଙ୍କୁ ମହାନଦୀ କୂଳର ଡିଅର ପାର୍କକୁ ଟାଣି ଆଣୁଥିବା ହରିଣମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ଥାନ ଅଭାବ, ଅଧିକ ସଂଖ୍ୟକ ହରିଣ ହୋଇଯିବା ଓ ପରେ ସ୍ଥାନାନ୍ତର ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ଜାତୀୟ ଚିଡିଆଖାନା କର୍ତ୍ତୃପକ୍ଷ ଅସନ୍ତୋଷ ପ୍ରକାଶ କରିବା ପରେ ସ୍ଥାନାନ୍ତର ନେଇ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । କଟକ ଓ ଚନ୍ଦକା ବନ ବିଭାଗ ଓ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହଯୋଗରେ ଚନ୍ଦକା ଡମପଡା ଅଭୟାରଣ୍ୟରେ ପାଖାପାଖି 70 ଏକରରୁ ଅଧିକ ସ୍ଥାନରେ ନିର୍ମିତ ଏକ ସ୍ବତନ୍ତ୍ର ଏନକ୍ଲୋଜରକୁ ହରିଣମାନଙ୍କୁ ସ୍ଥାନାନ୍ତର କରାଯାଉଛି ।
ଏହା ମଧ୍ୟ ପଢ଼ନ୍ତୁ.....ଅବହେଳିତ ଅବସ୍ଥାରେ ବେଙ୍ଗଲ ସଫାରୀ ପାର୍କ, ଦୁଇ ମାସରେ ଗଲାଣି ୨୭ ହରିଣଙ୍କ ଜୀବନ