ଓଡିଶା

odisha

ETV Bharat / state

ଆବାସ ଯୋଜନାରେ ଅନିୟମିତତା , ବ୍ଲକ ଅଫିସ୍‌ ଘେରିଲା ବିଜେପି - କଟକ ସଦର ବ୍ଲକ ଅଫିସ ଘେରାଉ କରିଛି ବିଜେପି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ। ଏନେଇ ଅଭିଯୋଗ କରିଛନ୍ତି ବିଜେପି ର ବରିଷ୍ଠ ନେତା ଦିଲୀପ ମଲ୍ଲିକ। ଅଧିକ ପଢନ୍ତୁ

sfs
fs

By

Published : Feb 3, 2023, 7:57 PM IST

irregulation of pm awas yojana

କଟକ: କଟକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ଯୋଗ୍ୟ ହିତାଧିକାରୀଙ୍କ ସ୍ଥାନରେ ଅଯୋଗ୍ୟଙ୍କୁ ସ୍ଥାନ ମିଳିଛି । ଯାହାକୁ ନେଇ ଆଜି(ଶୁକ୍ରବାର) କଟକ ସଦର ବ୍ଲକ ଅଫିସ ଘେରାଉ କରିଛି ବିଜେପି । ସଦର ବ୍ଲକ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଗର୍ଜିଛି କଟକ ସଦର ବିଜେପି । କଟକ ସଦର ବ୍ଲକରେ ଫନି ବାତ୍ୟା ସମୟରେ ଭାଙ୍ଗିଯାଇଥିଲା । ୫୬୦ ଜଣ ହିତାଧିକାରୀଙ୍କୁ ଏହି ଘର ପାଇବାକୁ ତାଲିକାଭୁକ୍ତ କରାଯାଇଥିଲା ।

ହେଲେ ଏହି ତାଲିକାରେ ବେଶ୍ ଅନିୟମିତତା କରାଯାଇଥିବା ଅଭିଯୋଗ କରିଛନ୍ତି ବିଜେପିର ବରିଷ୍ଠ ନେତା ଦିଲୀପ ମଲ୍ଲିକ । ତାଙ୍କ ଅଭିଯୋଗ ଅନୁସାରେ , ଯେଉଁମାନେ ଯୋଗ୍ୟ ହିତାଧିକାରୀ ଥିଲେ ସେମାନେ ଏହି ତାଲିକାରୁ ବଞ୍ଚିତ ହୋଇଥିବା ବେଳେ ଅଯୋଗ୍ୟ ହିତାଧିକାରୀମାନେ ଏହାର ତାଲିକା ଭୁକ୍ତ ହୋଇଛନ୍ତି । ଖାଲି ସେତିକି ନୁହେଁ 20 ହଜାର ଟଙ୍କା ନେଇ ଲୋକଙ୍କୁ ତାଲିକାଭୁକ୍ତ କରାଇ ଦେବା ପାଇଁ କିଛି ଶାସକ ଦଳର କର୍ମୀ ଓ ବ୍ଲକ୍‌ର ଅସାଧୁ କର୍ମଚାରୀମାନେ ଦୁର୍ନୀତି କରିଥିବାର ଅଭିଯୋଗ କରିଛନ୍ତି ସଦର ବିଜେପିର ନେତା ଦିଲ୍ଲୀପ ମଲ୍ଲିକ ।

ଏଥିସହ ଏହି ଅନିୟମିତତାର ଶୀଘ୍ର ସମାଧାନ ପାଇଁ ଦାବି କରିଛି ବିଜେପି । ନହେଲେ ଆଗାମୀ ଦିନରେ ବ୍ଲକ ଅଫିସ ଅଚଳ ହେବା ନେଇ ଚେତାବନୀ ମଧ୍ୟ ଦେଇଛି ଭାରତୀୟ ଜନତା ପାର୍ଟି । ବର୍ଷବର୍ଷ ଧରି କଟକରେ ହିତାଧୀକାରୀଙ୍କୁ ଏଭଳି ଭାବରେ ଅବହେଳା କରାଯାଉଥିବା ଅଭିଯୋଗ କରିଛି ବିଜେପି । ଏହାପରେ କଟକ ସଦରରେ ଆବାସ ଯୋଜନାର ସମ୍ପୂର୍ଣ୍ଣ ଅନିୟମିତତା ଦୃଶ୍ୟ ଏବେ ପଦାରେ ପଡିଛି ।

ଏହା ମଧ୍ୟ ପଢନ୍ତୁ -Akhilesh Convoy Accident: ଅଖିଳେଶଙ୍କ ଏସକର୍ଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୩ ଆହତ

ବର୍ତ୍ତମାନ ସୁଦ୍ଧା ବିଜେଡି ଆବାସ ଯୋଜନାରେ 110 ଲକ୍ଷ ଟଙ୍କାର ଦୁର୍ନୀତି କରିଥିବା ନେଇ ବିଜେପି ଅଭିଯୋଗ କରିଛି । ଲୋକଙ୍କ ନିକଟରୁ ଲାଞ୍ଚ ନେଇ ଏହି ଅନିୟମିତତା ହୋଇଛି । ଯାହାକୁ ଶୀଘ୍ର ହିତାଧିକାରୀଙ୍କୁ ଫେରାଇବା ପାଇଁ ଦାବି ହୋଇଛି । ବିଗତ ଦିନରେ ଅନେକ ପ୍ରାକୃତିକ ଦୁର୍ବିପାକର ସାମ୍ନା କରିଛି କଟକ । ହେଲେ ଏହି ଦୁଃଖ ସମୟରେ କିଛି ବ୍ୟକ୍ତି ବିଶେଷ ଯେଉଁମାନେ ଶାସକ ଦଳ ସହ ରହିଛନ୍ତି ସେମାନେ ଟଙ୍କା ନେଇ ଅଯୋଗ୍ୟ ହିତାଧିକାରୀଙ୍କ ନାଁକୁ ତାଲିକାଭୁକ୍ତ କରାଉଛନ୍ତି । ତେବେ ଆଗମୀ ଦିନରେ ଏହି ଦିଗରେ କୌଣସି ଠୋସ ପଦକ୍ଷେପ ନ ନିଆଯାଏ ତେବେ ବିଜେପି ଏହାର ଉଚିତ ଜବାବ ଦେବ ବୋଲି କହିଛନ୍ତି ବିଜେପି ନେତା ଦିଲୀପ ମଲ୍ଲିକ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details