ଓଡିଶା

odisha

ETV Bharat / state

ପ୍ରତିଷ୍ଠା ଦିବସ ବନାମ ପ୍ରତିବାଦ ଦିବସ, ବିଜେଡିକୁ ବିଜେପିର ଟାର୍ଗେଟ - କଟକ ନଗର ବିଜେପି

ବିଜେଡି ପ୍ରତିଷ୍ଠା ଦିବସକୁ ସାରା ରାଜ୍ୟରେ ପ୍ରତିବାଦ ଦିବସ ରୂପେ ପାଳନ କରୁଛି ବିଜେପି । ଏହି କ୍ରମରେ କଟକ କଲେଜ ଛକ ନେତାଜୀ ପ୍ରତିମୂର୍ତ୍ତି ତଳେ ବିଜେପି ନେତା ଓ କର୍ମୀ ଏକାଠି ହୋଇ ବିଜେଡି ସରକାର ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ସହିତ ବିଜେଡି ବିରୋଧୀ ନାରା ଦେଇଥିଲେ । ଅଧିକ ପଢ଼ନ୍ତୁ

ପ୍ରତିବାଦ ଦିବସ ପାଳନ କରୁଛି ବିଜେପି
ପ୍ରତିବାଦ ଦିବସ ପାଳନ କରୁଛି ବିଜେପି

By

Published : Dec 26, 2022, 3:49 PM IST

ପ୍ରତିବାଦ ଦିବସ ପାଳନ କରୁଛି ବିଜେପି

କଟକ: ଆଜି ହେଉଛି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ (BJD Foundation Day) । ସେପଟେ ରାଜ୍ୟବ୍ୟାପୀ ବିଜେଡି ପ୍ରତିଷ୍ଠା ଦିବସକୁ ପ୍ରତିବାଦ ଦିବସ ରୂପେ ପାଳନ କରୁଛି ବିଜେପି (BJP Observed Protest Day) । ଏହି କ୍ରମରେ କଟକ ନଗର ବିଜେପି ପକ୍ଷରୁ କଲେଜ ଛକ ନେତାଜୀ ପ୍ରତିମୂର୍ତ୍ତି ତଳେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯିବା ସହିତ ବିଜେଡି ବିରୋଧୀ ନାରା ଦେଇଥିଲେ ବିଜେପି କର୍ମୀ ।

୨୬ ବର୍ଷରେ ପାଦ ଥାପିଛି ବିଜେଡି । ଆଞ୍ଚଳିକ ଦଳ ଭାବରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳ ଗଠନ ହେବାକୁ ୨୫ ବର୍ଷ ପୂରଣ ହୋଇଛି । ଆଜି ଦଳ ରୌପ୍ୟ ଜୟନ୍ତୀ ପାଳନ କରୁଛି (BJD Celebrates Silver Jubilee Function) । ପୁରୀରେ ଏନେଇ ବିଶେଷ ପ୍ରସ୍ତୁତି ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏଠାରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳର ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ସାରା ରାଜ୍ୟରେ ବିଜେଡିର ପ୍ରତିଷ୍ଠା ଦିବସକୁ ପ୍ରତିବାଦ ଦିବସ ରୂପେ ପାଳନ କରୁଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରତିଷ୍ଠା ଦିବସ ପାଳୁଛି BJD, ଉତ୍ସାହିତ ନେତା-କର୍ମୀ

କଟକ ନଗର ବିଜେପି ପକ୍ଷରୁ କଲେଜ ଛକ ନେତାଜୀ ପ୍ରତିମୂର୍ତ୍ତି ତଳେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଛି । ଏଥିରେ ଯୋଗଦେଇ ବିଜେଡି ବିରୋଧୀ ନାରା ଦେଇଥିଲେ ବିଜେପି କର୍ମୀ । ନବୀନ ପଟ୍ଟନାୟକଙ୍କ ୨୩ ବର୍ଷ ଶାସନ କାଳରେ ଘଟିଥିବା ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଗୁଡିକୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଥିବାର ଅଭିଯୋଗ ଆଣିଛି ବିଜେପି । ବିଜେଡି ନେତାମାନେ ଏଭଳି ଅପରାଧରେ ସାମିଲ ଥାଇ ମଧ୍ୟ ସରକାର ପଦକ୍ଷେପ ନନେବା ସ୍ବଚ୍ଛ ଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବରିଷ୍ଠ ବିଜେପି ନେତା ନୟନ ମହାନ୍ତି କହିଛନ୍ତି, "ଅପରାଧିକରଣ ରାଜନୀତିକୁ ବିଜେପି ତୀବ୍ର ନିନ୍ଦା କରୁଛି । ରାଜ୍ୟରେ ମହିଳାମାନଙ୍କ ସୁରକ୍ଷାକୁ ନେଇ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କ ବାସ୍ତବ ଚେହେରା କଣ ତାହା ଲୋକମାନେ ଜାଣି ସାରିଲେଣି । ଯାହା ପାଇଁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିକୁ ଜନସାଧାରଣ ଠିକ ଉତ୍ତର ଦେବେ ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details