ଓଡିଶା

odisha

ETV Bharat / state

Padmapur By poll: ବିଜେଡି ବିରୋଧରେ ହିଂସାତ୍ମକ ରାଜନୀତି ଅଭିଯୋଗ, ପୋଲିସ ଡିଜିଙ୍କୁ ଭେଟିଲା ବିଜେପି - ପୋଲିସ ଡିଜିଙ୍କୁ ଭେଟିଲା ବିଜେପି

ପଦ୍ମପୁର ଉପନିର୍ବାଚନରେ (Padmapur By poll) ଶାସକ ଦଳ ହିଂସାତ୍ମକ ମନୋଭବ ନେଇ ରାଜନୀତି କରୁଥିବା ଅଭିଯୋଗ । ପୋଲିସ ଡିଜିଙ୍କୁ ଭେଟିଲା ବିଜେପି ବିଧାୟକ ଦଳ । ଅଧିକ ପଢ଼ନ୍ତୁ

Padmapur By poll: ବିଜେଡି ବିରୋଧରେ ହିଂସାତ୍ମକ ରାଜନୀତି ଅଭିଯୋଗ, ପୋଲିସ ଡିଜିଙ୍କୁ ଭେଟିଲା ବିଜେପି
Padmapur By poll: ବିଜେଡି ବିରୋଧରେ ହିଂସାତ୍ମକ ରାଜନୀତି ଅଭିଯୋଗ, ପୋଲିସ ଡିଜିଙ୍କୁ ଭେଟିଲା ବିଜେପି

By

Published : Nov 29, 2022, 4:30 PM IST

କଟକ: ପଦ୍ମପୁର ଉପନିର୍ବାଚନ (Padmapur By poll) ପାଇଁ ବିଜେପି ଓ ବିଜେଡି ମଧ୍ୟରେ ଜୋରଦାର ଚାଲିଛି ଟକ୍କର । ଉପନିର୍ବାଚନ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ତେବେ ପଦ୍ମପୁରରେ ଶାସକ ଦଳ ହିଂସାତ୍ମକ ମନୋଭବରେ ରାଜନୀତି କରୁଥିବା ଅଭିଯୋଗରେ ମଙ୍ଗଳବାର ରାଜ୍ୟ ପୋଲିସ ଡିଜିଙ୍କୁ ଭେଟିଲା ବିଜେପି ବିଧାୟକ ପ୍ରତିନିଧି ମଣ୍ଡଳୀ ।

Padmapur By poll: ବିଜେଡି ବିରୋଧରେ ହିଂସାତ୍ମକ ରାଜନୀତି ଅଭିଯୋଗ, ପୋଲିସ ଡିଜିଙ୍କୁ ଭେଟିଲା ବିଜେପି

ପଦ୍ମପୁର ଉପନିର୍ବାଚନ (Padmapur By poll) ଲାଗି ମତଦାନ ଗ୍ରହଣକୁ ଆଉ ମାତ୍ର ସପ୍ତାହେ ବାକି ଥିବାବେଳେ ଉଭୟ ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ଜାରି ରହିଛି ଆରୋପ ପ୍ରତ୍ୟାରୋପର ରାଜନୀତି । ପଦ୍ମପୁରରେ ବିଜେପି ହିଂସାନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ବିଜେଡି ସାଂସଦ ସସ୍ମିତ ପାତ୍ର ଆଜି ଟାର୍ଗେଟ କରିଥିବା ବେଳେ ବିଜେଡିର ହିଂସାନୀତି ବିରୋଧରେ ରାଜ୍ୟ ପୋଲିସ ଡିଜିଙ୍କ ଦ୍ବାରସ୍ତ ହୋଇଛି ବିଜେପି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ବରେ ବିଜେପି ବିଧାୟକ ପ୍ରତିନିଧି ମଣ୍ଡଳୀ ଆଜି କଟକରେ ରାଜ୍ୟ ପୋଲିସ ଡିଜିଙ୍କୁ ଭେଟି ବିଜେଡି ବିରୋଧରେ ଅଭିଯୋଗ କରିଛନ୍ତି ।

ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, "ନିର୍ବାଚନକୁ ଆଉ କିଛିଦିନ ବାକି ରହିଥିବାବେଳେ ନିଜର ଦମ୍ଭ ପ୍ରଦର୍ଶନ କରି ଏପରି ଆଚରଣ କରୁଛି ବିଜୁ ଜନତା ଦଳ । ଗୋଟିଏ ନୁହେଁ ବରଂ ୪ଟି ଏପରି ଘଟଣା ସାମ୍ନାକୁ ଆସିଛି । ଯାହା ଏକ ସୁସ୍ଥ ରାଜନୀତିର ପରିଚୟ ନୁହେଁ । ଏହାସହ ଏହି ବର୍ବରତା ପଛରେ ପୋଲିସ ମଧ୍ୟ ଶାସକ ଦଳକୁ ସହାୟତା ପ୍ରଦାନ କରୁଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ଧାମନଗର ଉପନିର୍ବାଚନରେ ପରାଜୟ ପରେ ବିଜେଡି ଆକ୍ରୋଶମୂଳକ ହୋଇପଡିଛି ।" ତେବେ ପୋଲିସ ଡିଜିଙ୍କୁ ଭେଟି ଏନେଇ ଆଲୋଚନା କରିଛନ୍ତି ବିଜେପି ପ୍ରତିନିଧି ମଣ୍ଡଳୀ । ଆଉ ଏହି ଦିଗରେ ଦୃଷ୍ଟି ଦିଆଯିବ ବୋଲି ପୋଲିସ ଡିଜି ସ୍ପଷ୍ଟ କରିଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details