କଟକ: ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଜାରି ରହିଛି ତୁମ୍ବିତୋଫାନ । ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବି ଓ ପୋଲିସକୁ ତଦନ୍ତ ପରିସର କରଯିବାକୁ ଦାବି କରି ଆସୁଛନ୍ତି ବିଜେପି ଓ କଂଗ୍ରେସ । ତେବେ ଏହି ଆଧାରରେ ଆସନ୍ତାକାଲି (ଶନିବାର) ବିଜେପିର ୩ କେନ୍ଦ୍ରୀୟ ପ୍ରତିନିଧିଙ୍କ ଉପସ୍ଥିତିରେ ଏସପି ଅଫିସ ଘେରିବ ବିଜେପି ମହିଳା ମୋର୍ଚ୍ଚା ।
ମମିତା ହତ୍ୟାକାଣ୍ଡ: SP ଅଫିସ ଘେରିବ ବିଜେପି ମହିଳା ମୋର୍ଚ୍ଚା
ମମିତା ମେହେର ହତ୍ୟାକାଣ୍ଡରେ ପୋଲିସକୁ ତଦନ୍ତ ପରିସରଭୁକ୍ତ କରବାକୁ ଦାବି କରିଛି ବିଜେପି । ଶନିବାର ବିଜେପିର ୩ କେନ୍ଦ୍ରୀୟ ପ୍ରତିନିଧିଙ୍କ ଉପସ୍ଥିତିରେ କଟକ ଏସପି ଅଫିସ ଘେରିବ ବିଜେପି ମହିଳା ମୋର୍ଚ୍ଚା । ଅଧିକ ପଢନ୍ତୁ...
ମମିତା ମେହେର ହତ୍ୟା ଘଟଣା: SP ଅଫିସ ଘେରିବ ବିଜେପି ମହିଳା ମୋର୍ଚ୍ଚା
ତେବେ ମମିତାଙ୍କୁ ନ୍ୟାୟ ପାଇଁ ବିଜେପି ଏଯାବତ ଏକାକୀ ଲଢ଼ି ଆସିଛି । ରାଜନୀତିରୁ ଉର୍ଦ୍ଧ୍ବରେ ରହି ଏହି ଲଢେଇ ଲଢ଼ୁଥିବା ବିଜେପି କହିଛି । ତେବେ ଏହି ଲଢେଇକୁ ଆହୁରି ମଜଭୁତ କରିବା ପାଇଁ ଆସନ୍ତାକାଲି କଟକ ଏସପି ଅଫିସ ଘେରିବ ବିଜେପି ମହିଳା ମୋର୍ଚ୍ଚା ବୋଲି ଦଳ କହିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ