ଓଡିଶା

odisha

ETV Bharat / state

ନେତାଜୀ ବସ୍ ଟର୍ମିନାଲ ଲୋକାର୍ପଣ କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀଙ୍କୁ କଡା ବିରୋଧ - କଟକରେ ମୁଖ୍ୟମନ୍ତ୍ରୀଙ୍କୁ କଡା ବିରୋଧ

କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ 'ଗୋ ବ୍ୟାକ୍‌' ନାରା । କଡ଼ା ବିରୋଧ କଲେ ବିଜେପିର ଶତାଧିକ କର୍ମୀ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Sep 16, 2023, 7:27 PM IST

Updated : Sep 16, 2023, 7:41 PM IST

ନେତାଜୀ ବସ୍ ଟର୍ମିନାଲ ଲୋକାର୍ପଣ କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀଙ୍କୁ କଡା ବିରୋଧ

କଟକ:ମୁଖ୍ୟମନ୍ତ୍ରୀଙ୍କୁ କଟକ ସହରରେ ତୀବ୍ର ବିରୋଧ । ଗୋ ବ୍ୟାକ୍‌ ନାରା ଦେଲେ ବିରୋଧୀ । ନେତାଜୀ ବସ୍ ଟର୍ମିନାଲ ଲୋକାର୍ପଣ କରିବାକୁ ମୁଖ୍ୟମନ୍ତ୍ରୀ ଆସିବା ସମୟରେ ତୀବ୍ର ବିରୋଧ କରାଯାଇଛି । କଳା ପତାକା କଡ଼ା ସମାଲୋଚନା କରି ମୁଖ୍ୟମନ୍ତ୍ରୀ ତୁମେ ଫେରି ଯାଅ ବୋଲି ନାରାବାଜି କରିଥିଲେ ବିଜେପିର ଶତାଧିକ କର୍ମୀ । ବିଭିନ୍ନ ପ୍ରକାର ସମସ୍ୟା ଉଠାଇ ବିରୋଧୀମାନେ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡ଼ିଛି ।

ଆନ୍ଦୋଳନକାରୀଙ୍କ କହିବା ଅନୁସାରେ କଟକ ପ୍ରତି ଅଣଦେଖା, ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତିରୁ କ୍ଷାନ୍ତ ତାମିଲ ଠିକାଦାରଙ୍କ ପ୍ରତି ପ୍ରିୟା ପ୍ରୀତି ତୋଷଣ ଓ ତମାମ ଅଧାପନ୍ତରିଆ ପ୍ରକଳ୍ପକୁ ଉଦଘାଟନ କରିବା ଉଦ୍ଦେଶ୍ୟରେ ବିରୋଧ କରିଛି ଭାରତୀୟ ଜନତା ପାର୍ଟି। ଆନ୍ଦୋଳନକାରୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲା । ପୋଲିସ ଆନ୍ଦୋଳନକାରୀଙ୍କୁ ବିକ୍ଷୋଭ ସ୍ଥଳରୁ ପୋଲିସ ଉଠାଇ ନେଇଥିଲା । ଅନ୍ୟପଟେ ଆଜି ନେତାଜୀ ବସ ଟର୍ମିନାଲର ଉଦଘାଟନ ଉତ୍ସବରେ ଯୋଗ ଦେବେନି ବୋଲି ମହମ୍ମଦ ମୋକିମ କହିଥିଲେ ।

ଏହା ବି ପଢନ୍ତୁ- ଓଡିଆଙ୍କୁ ଅଣଦେଖା, ନେତାଜୀ ବସ ଟର୍ମିନାଲ ଲୋକାର୍ପଣରେ ସାମିଲ ହେବେନି ମୋକିମ

କଟକିଆଙ୍କ ପ୍ରତି ଅଣଦେଖାକୁ ନଜର ରଖି ଏହି ମେଗା ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେନି ବୋଲି କହିଥିଲେ ବିଧାୟକ ମୋକିମ । ତେବେ ସିଡିଏ ପକ୍ଷରୁ ବିଧାୟକ ମୋକିମଙ୍କୁ ଟର୍ମିନାଲ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ସ୍ବତନ୍ତ୍ର ନିମନ୍ତ୍ରଣ ଆସିଥିଲା । ତେବେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଅଣଦେଖା, ନିଜ ଠିକାଦର ଥାଉ ଥାଉ ତାମିଲ ଠିକାଦାରଙ୍କୁ କାମ ଦେବା । ଏହାସହ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ସବୁ ପ୍ରକଳ୍ପ ଅଧା ପନ୍ତୁରିଆ ହୋଇ ରହିଥିଲା ବେଳେ କାହିଁକି ରାଜ୍ୟ ସରକାର ଏତେ ତରବରିଆ ଭାବରେ ଏହି ତମାମ ପ୍ରକଳ୍ପର ଉଦଘାଟନ କରିଛନ୍ତି ତାହା ଏକ ନିନ୍ଦନୀୟ ପ୍ରସଙ୍ଗ ବୋଲି ମୋକିମ କହିଥିଲେ ।

ଏହା ବି ପଢନ୍ତୁ- ପଞ୍ଚ ତାରକା ହୋଟେଲ ଶୈଳୀରେ ନିର୍ମିତ ଆହାର କେନ୍ଦ୍ର, ଦେଖିଲେ ଲାଖିଯିବ ଆଖି

ବସ ଟର୍ମିନାଲରେ ୫୨ଟି ଦୂରଗାମୀ ରାତ୍ରିକାଳୀନ ବସ ରହିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିସହ ୨୦ଟି ମୋ ବସ ସହ ମୋଟ ୧୯୧ଟି ବସ ମଧ୍ୟ ରହଣିର ସୁବିଧା ରହିଛି । ଖୁବଶୀଘ୍ର ଖାନନଗର ରିଂ-ରୋଡ଼ ରାସ୍ତାକୁ ୬ ଲେନ ରାସ୍ତାରେ ପରିଣତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହେବ । ତେବେ ଏହି କାର୍ଯ୍ୟକୁ ଚଳିତ ବର୍ଷ ଡିସେମ୍ବର ମାସ ମଧ୍ୟରେ ଶେଷ କରାଯିବ ବୋଲି ଯୋଜନା ରଖିଛି କଟକ ମହାନଗର ନିଗମ । କଟକର ଗୌରବ ଭିତ୍ତିଭୂମି ମଧ୍ୟରେ ଏହି ଟର୍ମିନାଲ ମଧ୍ୟ କଟକକୁ ଆଉ ଏକ ସ୍ବତନ୍ତ୍ର ପରିଚୟ ଦେବ।

ଇଟିଭି ଭାରତ, କଟକ

Last Updated : Sep 16, 2023, 7:41 PM IST

ABOUT THE AUTHOR

...view details