ଓଡିଶା

odisha

ETV Bharat / state

ଅର୍ଚ୍ଚନା ମାମଲାରେ ଇଡି ତଦନ୍ତ ସନ୍ତୋଷଜନକ: ବିଜୟ ମହାପାତ୍ର - ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(Enforcement Directorate) । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଏହି ମାମଲାରେ ଇଡିର କାର୍ଯ୍ୟ ସନ୍ତୋଷଜନକ ବୋଲି ସେ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

ଅର୍ଚ୍ଚନା ମାମଲାରେ ଇଡି ତଦନ୍ତ ସନ୍ତୋଷଜନକ: ବିଜୟ ମହାପାତ୍ର
ଅର୍ଚ୍ଚନା ମାମଲାରେ ଇଡି ତଦନ୍ତ ସନ୍ତୋଷଜନକ: ବିଜୟ ମହାପାତ୍ର

By

Published : Nov 25, 2022, 5:38 PM IST

କଟକ: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(Enforcement Directorate) । ଖୁବଶୀଘ୍ର ଖୋଲିବ ଅର୍ଚ୍ଚନା କଳା ସାମ୍ରାଜ୍ୟ ଓ ଅର୍ଥ କାରବାରର ଗୁମର । ଜଣଙ୍କ ପରେ ଜଣଙ୍କୁ ସମନ କରି ତଥ୍ୟ ହାସଲ କରୁଛି ଇଡି । ତେବେ ଏହି ମାମଲାରେ ଇଡି ତଦନ୍ତକୁ ନେଇ ପତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଏହି ମାମଲାରେ ଇଡିର କାର୍ଯ୍ୟ ସନ୍ତୋଷଜନକ ବୋଲି ସେ ପ୍ରକାଶ କରିଛନ୍ତି ।

ଅର୍ଚ୍ଚନା ମାମଲାରେ ଇଡି ତଦନ୍ତ ସନ୍ତୋଷଜନକ: ବିଜୟ ମହାପାତ୍ର

ଲେଡି ବ୍ଲାକ୍‌ ମେଲର ଅର୍ଚ୍ଚନା ନାଗ ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(Enforcement Directorate) ହାତକୁ ନେବା ପରେ ତଦନ୍ତକୁ ଜୋରଦାର କରିଛି । ଏହାରି ମଧ୍ୟରେ ଏହି ମାମଲା ଉପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି, "ଏପର୍ଯ୍ୟନ୍ତ ଇଡିର ତଦନ୍ତ ଠିକ ଚାଲିଛି । ଆଗକୁ ତଦନ୍ତ ଠିକ ହେବ ବୋଲି ଆଶା ଅଛି । ରାଜ୍ୟ ପୋଲିସ ଏହି ଘଟଣାରେ ସଠିକ ତଦନ୍ତ କରିନଥିଲା ବୋଲି ଏବେ ସ୍ପଷ୍ଟ ହେଉଛି । ଯେତେ କଳାଟଙ୍କା ରଖିଛନ୍ତି ସବୁ ଇଡି ଫାସରେ ଛନ୍ଦି ହେବେ । ଦେଖନ୍ତୁ ଆଗକୁ କଣ ହେଉଛି ।"

ଏହା ମଧ୍ୟ ପଢ଼ନ୍ତୁ..ଦ୍ବିତୀୟ ଥର ପାଇଁ EDରେ ଶ୍ରଦ୍ଧାଞ୍ଜଳି, ଏଥର ସ୍କାନରରେ ବୟଫ୍ରେଣ୍ଡ ଲିଙ୍କ୍

ଏହି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ଅନେକ ବଡ଼ବଡ଼ ନେତା, ମନ୍ତ୍ରୀ, ବିଧାୟକ ତଥା ସରକାରୀ ଅଧିକାରୀ ଫସିଥିବା ଚର୍ଚ୍ଚା ହେଉଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(Enforcement Directorate) ତଦନ୍ତ ଭାର ଗ୍ରହଣ କରିବା ପରେ ଧୀରେଧୀରେ ସେମାନଙ୍କ ମଧ୍ୟରୁ କିଛି ଚେହେରା ସାମ୍ନାକୁ ମଧ୍ୟ ଆସୁଛି । ଆଉ ଇଡିରେ ମଧ୍ୟ ମାରାଥନ ଜେରା ମଧ୍ୟ ଜାରି ରହିଛି । ତେବେ ଏହି ବଡ ରହସ୍ୟ ଉପରୁ କେବେ ପରଦା ଉଠିବ ତାକୁ ହିଁ ଅପେକ୍ଷା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details