ନିଆଳି:ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ନରେନ୍ଦ୍ର ନାଥ ନାୟକଙ୍କ ପରଲୋକ । ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ରବିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁବେଳକୁ ନରେନ୍ଦ୍ରଙ୍କୁ ୬୪ ବର୍ଷ ବୟସ ହୋଇଥିଲା ।
ସୂଚନା ଅନୁଯାୟୀ, ନରେନ୍ଦ୍ର ନାଥ କୁରୁଞ୍ଜିପୁର ପଞ୍ଚାୟତ ଅନ୍ତର୍ଗତ ମାଛପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଗତ କିଛି ଦିନ ହେଲା ସେ ଅସୁସ୍ଥତା କାରଣରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ନିର୍ବାଚନ ମଣ୍ଡଳୀରେ ସେ ଥିଲେ ଜଣେ ଲୋକପ୍ରିୟ ନେତା ଏଥି ସହ ସେ ଥିଲେ ଅନୁସୂଚିତ ଜାତିର ଲଢୁଆ ନେତା । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।