ଓଡିଶା

odisha

ETV Bharat / state

ଧାନ ମାଫିଆଙ୍କୁ ଗିରଫ କର: BJP କୃଷକ ମୋର୍ଚ୍ଚା - BJP କୃଷକ ମୋର୍ଚ୍ଚା ପ୍ରଦୀପ ପୁରୋହିତ

ରାଜ୍ୟର ବିଭିନ୍ନ କୃଷକ ସମସ୍ୟା ଉପରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ପ୍ରେସମିଟ । ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ଏକାଧିକ ଦାବି ନେଇ ବର୍ଷିଲା ମୋର୍ଚ୍ଚା । ଅଧିକ ପଢନ୍ତୁ...

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା BJP କୃଷକ ମୋର୍ଚ୍ଚା: ଧାନ ମାଫିଆଙ୍କୁ ଗିରଫ କର
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା BJP କୃଷକ ମୋର୍ଚ୍ଚା: ଧାନ ମାଫିଆଙ୍କୁ ଗିରଫ କର

By

Published : Jul 28, 2021, 6:06 PM IST

କଟକ: ରାଜ୍ୟର ଉପକୂଳ ଅଞ୍ଚଳରେ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନା ସେମାନଙ୍କ ପାଇଁ ସଠିକ ଭାବେ ମଣ୍ଡି ଖୋଲା ଯାଉଛି ନା ଶୀତଳ ଭଣ୍ଡାର ଖୋଲୁଛି। ସରକାରଙ୍କ ମିଲର ପ୍ରେମ ଯୋଗୁ ହୀନସ୍ଥାରେ ଅଛନ୍ତି ଚାଷୀ ଓ ତାଙ୍କ ପରିବାର। ପାଖାପାଖି ୭୦ ପ୍ରତିଶତ ଚାଷୀଙ୍କୁ ରାଜ୍ୟ ସରକାର ଧୋକା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ। ଆଜି କଟକରେ ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଏକାଧିକ ଅଭିଯୋଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି ବିଜେପି କୃଷକ ମୋର୍ଚ୍ଚା ।

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା BJP କୃଷକ ମୋର୍ଚ୍ଚା: ଧାନ ମାଫିଆଙ୍କୁ ଗିରଫ କର

ସେହିପରି ଯଥାଶୀଘ୍ର ଧାନ ମଣ୍ଡି ଓ ଶୀତଳ ଭଣ୍ଡାର ଖୋଲିବା, ଭାଗ ଚାଷୀଙ୍କ ପାଇଁ ବିଧାନସଭାରେ ତୁରନ୍ତ ନୂତନ ବିଧେୟକ ପାରିତ କରିବା ପାଇଁ ଦାବି କରିଛନ୍ତି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ। ସେହିପରି ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଯେଉଁ ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି ତାକୁ ରାଜ୍ୟ ସରକାର ଲାଗୁ କରିନାହାନ୍ତି। ତେବେ ଆଗାମୀ ସମୟରେ ସରକାରଙ୍କ ଚାଷୀ ବିରୋଧୀ ଆଭିମୁଖ୍ୟ ଯୋଗୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି।

କଟକରୁ ପ୍ରଭୁ କଲ୍ଯାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details