କଟକ: ଆସନ୍ତାକାଲି (ବୁଧବାର)ଠାରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଲକଡାଉନ । କେବଳ ସକାଳ 6 ରୁ 12 ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସମଗ୍ରୀ ଦୋକାନ ଖୋଲିବ । ଏହାପରେ ସବୁ କିଛି ବନ୍ଦ ରହିବ । ତେବେ ଏହି ଲକଡାଉନ ଦିନମାନଙ୍କରେ ଯେପରି କୌଣସି ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ, ସେଥିଲାଗି ସାଧାରଣ ବ୍ୟବସ୍ଥା କରାଯିବାକୁ ଦାବି କରିଛି କଟକ ଜିଲ୍ଲାର ବିଜେପି ଯୁବମୋର୍ଚ୍ଚା ।
ଲକଡାଉନ ପୂର୍ବରୁ ଜିଲ୍ଲାପାଳଙ୍କୁ ବିଜେପି ଯୁବମୋର୍ଚ୍ଚାର ଦାବିପତ୍ର - କଟକ ଜିଲ୍ଲାପାଳଙ୍କ ନିକଟରେ ବିଜେପିର ଦାବିପାତ୍ର
ବୁଧବାର ଠାରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଲକଡାଉନ । ଏହି ଲକଡାଉନ ଦିନମାନଙ୍କରେ ଯେପରି କୌଣସି ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ, ସେଥିଲାଗି ସାଧାରଣ ବ୍ୟବସ୍ଥା କରାଯିବାକୁ ଦାବି କରିଛି କଟକ ଜିଲ୍ଲାର ବିଜେପି ଯୁବ ମୋର୍ଚ୍ଚା । ଅଧିକ ପଢନ୍ତୁ ...
ଲକଡାଉନ ପୂର୍ବରୁ ଜିଲ୍ଲାପାଳଙ୍କ ନିକଟରେ ବିଜେପି ଯୁବମୋର୍ଚ୍ଚାର ଦାବିପାତ୍ର
ସେମାନଙ୍କ କହିବା କଥା ହେଲା, ଏହି ଲକଡାଉନ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଏହାରି ମଧ୍ୟରେ ଅନେକ ଲୋକେ ଅସୁବିଧାର ସମୁଖୀନ ହେବେ ନିଶ୍ଚୟ । ଏହି ତମାମ ଅସୁବିଧାକୁ ଦୂର କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ 7 ଦଫା ଦାବି ଜଣାଇଛି ବିଜେପି ଯୁବ ମୋର୍ଚ୍ଚା । ବିଶେଷ କରି କୋଭିଡ ବେଡ଼ ଆଇସିୟୁ ଓ ଭେଣ୍ଟିଲେଟର ସଂଖ୍ୟା ବୃଦ୍ଧି କରିବାକୁ ମଧ୍ୟ ଦାବି କରିଛି ବିଜେପି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ