କଟକ: କଳାହାଣ୍ଡି ଜିଲ୍ଲା ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ଅପହରଣ ଓ ହତ୍ୟା ଘଟଣାରେ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବହିଷ୍କାର ଓ ଗିରଫଦାରି ଦାବିରେ ଆଜି(ଗୁରୁବାର) ରାଜ୍ୟର ସବୁ ଥାନାରେ ମନ୍ତ୍ରୀଙ୍କ ନାଁରେ FIR ଦେଇଛି ରାଜ୍ୟ ବିଜେପି । ସେହି ପରିପ୍ରେକ୍ଷୀରେ କଟକ ଚୌଦ୍ୱାର ମଣ୍ଡଳ ବିଜେପି ପକ୍ଷରୁ ମଧୁପାଟଣା ଥାନାରେ ଏତଲା କରାଯାଇଛି ।
ମମିତା ମେହେର ହତ୍ୟା ଘଟଣା: ବିଜେପିର ମଧୁପାଟଣା ଥାନାରେ ଏତଲା - choudwar BJP file case
ମମିତା ମେହେରଙ୍କ ଅପହରଣ ଓ ହତ୍ୟା ଘଟଣାରେ କଟକ ଚୌଦ୍ୱାର ମଣ୍ଡଳ ବିଜେପି ପକ୍ଷରୁ ମଧୁପାଟଣା ଥାନାରେ ଏତଲା କରାଯାଇଛି । ଅଧିକ ପଢନ୍ତୁ...
ରାଜ୍ୟ ବିଜେପି ମମିତା ହତ୍ୟା ଘଟଣାରେ ସମ୍ପୃକ୍ତ ଓ ଗାେବିନ୍ଦ ସାହୁର ସହଯୋଗୀ ଗୃହମନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ରାଜାରାସ୍ତାକୁ ଓହ୍ଲାଇ ପ୍ରତିବାଦ ମଧ୍ୟ କରୁଛି । ମମିତା ହତ୍ୟାକାଣ୍ଡ ଘଟଣା ସମ୍ପୃକ୍ତ ସମସ୍ତ ଅପରାଧୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ସହ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରିବା ସହ ମୁଖ୍ୟମନ୍ତ୍ରୀ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର କରିବା ପାଇଁ ଦାବି ହୋଇଛି, ନଚେତ ଅଞ୍ଜନା ମିଶ୍ର ଘଟଣାରେ ଯେଉଁଭଳି ତତକାଳୀନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଗାଦି ଛାଡିଥିଲେ, ସେହିପରି ମମିତା ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀ ଗାଦି ଛାଡ଼ିପାରନ୍ତି ବୋଲି ଚେତାବନୀ ଦେଇଛି କଟକ ବିଜେପି । ଯେପର୍ଯ୍ୟନ୍ତ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇ ଗିରଫ ନ କରିଛି ପୋଲିସ ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ବିଜେପି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ