ଓଡିଶା

odisha

ETV Bharat / state

ଉଭୟ ବିଜେଡି ଓ ବିଜେପିର ପରସ୍ପର ବିରୋଧରେ ଧାରଣା ଦ୍ବିତୀୟ ଦିନରେ, ଘଣ୍ଟ ବାଡ଼େଇ ପ୍ରତିବାଦ କଲା ବିଜେପି - ୮ ଦଫା ଦାବିରେ ବିଜେପି ପକ୍ଷରୁ ଧାରଣା

ନିଆଳି ବ୍ଲକ ସମ୍ମୁଖରେ ଉଭୟ ଶାସକ ବିଜେଡି ଓ ବିରୋଧି ବିଜେପି ପରସ୍ପର ବିରୋଧରେ ଦେଇଥିବା ଧାରଣା ଦ୍ଵିତୀୟ ଦିନରେ ପହଞ୍ଚିଛି । ଗୋଟିଏ ପଟେ ଦୁର୍ନୀତି ବିରୋଧରେ ୮ ଦଫା ଦାବିରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଥିବାବେଳେ ପ୍ରଶାସନକୁ ସୁରକ୍ଷା ଦାବିରେ ଧାରଣା ଦେଇଛି ବିଜେଡି । ତେବେ ଆଜି ଧାରଣାସ୍ଥଳରେ ବିଜେପି ଘଣ୍ଟ ବାଡ଼େଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ଉଭୟ ବିଜେଡି ଓ ବିଜେପିର ପରସ୍ପର ବିରୋଧରେ ଧାରଣା ଦ୍ବିତୀୟ ଦିନରେ, ଘଣ୍ଟ ବାଡ଼େଇ ପ୍ରତିବାଦ କଲା ବିଜେପି
ଉଭୟ ବିଜେଡି ଓ ବିଜେପିର ପରସ୍ପର ବିରୋଧରେ ଧାରଣା ଦ୍ବିତୀୟ ଦିନରେ, ଘଣ୍ଟ ବାଡ଼େଇ ପ୍ରତିବାଦ କଲା ବିଜେପି

By

Published : Dec 6, 2022, 10:44 PM IST

ନିଆଳି:ଦ୍ଵିତୀୟ ଦିନରେ ନିଆଳି ବ୍ଲକ ସମ୍ମୁଖରେ ଧାରଣା । ଉଭୟ ଶାସକ ବିଜେଡି ଓ ବିରୋଧି ବିଜେପି ପରସ୍ପର ବିରୋଧରେ ଧାରଣା ଦେଇଛନ୍ତି । ଗୋଟିଏ ପଟେ ଦୁର୍ନୀତି ବିରୋଧରେ ୮ ଦଫା ଦାବିରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ସେପଟେ ଶାସକ ବିଜେଡି ପ୍ରଶାସନକୁ ସୁରକ୍ଷା ଦାବିରେ ଧାରଣା ଦେଇଛି । ତେବେ ମଙ୍ଗଳବାର ଧାରଣାସ୍ଥଳରେ ବିଜେପି ଘଣ୍ଟ ବାଡ଼େଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।

ଉଭୟ ବିଜେଡି ଓ ବିଜେପିର ପରସ୍ପର ବିରୋଧରେ ଧାରଣା ଦ୍ବିତୀୟ ଦିନରେ, ଘଣ୍ଟ ବାଡ଼େଇ ପ୍ରତିବାଦ କଲା ବିଜେପି

‌ଧାରଣା ଓ ପ୍ରତିବାଦକୁ ନେଇ କଟକ ଜିଲ୍ଲା ନିଆଳି ଅଞ୍ଚଳରେ ରାଜନୈତିକ ରଙ୍ଗ ଲାଗିରହିଛି । ‌ଗୋଟିଏ ପଟେ ବିରୋଧି ବିଜେପି ନେତା ଓ କର୍ମୀ ନିଆଳି ବ୍ଲକରେ ସରକାରୀ ଜନ କଲ୍ୟାଣୀ ଯୋଜନାରେ ବ୍ୟାପକ ଦୁର୍ନୀତି, ବାଟ ମାରଣା, ପାତର ଅନ୍ତର ଓ ବିରୋଧୀ ଦଳର ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ପ୍ରଶାସନ ଅସହଯୋଗ କରିବା ଏଭଳି ୮ ଦଫା ଦାବିରେ ଗତ ୫ ତାରିଖ ଠାରୁ ଧାରଣା ଦେଇଛନ୍ତି । ଏହି ଧାରଣା ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ..ପରସ୍ପର ବିରୋଧରେ ଧାରଣା ଦେଲେ ବିଜେପି ଓ ବିଜେଡି, ବ୍ଲକ ସମ୍ମୁଖରେ ୧୪୪ ଧାରା ଜାରି

ସେପଟେ ଶାସକ ଦଳ ବିଜେଡି ସମର୍ଥକମାନେ ବିଜେପି ଦାବିକୁ କାଉଣ୍ଟର ଆଟାକ କରି ନିଆଳି ପ୍ରଶାସନକୁ ସୁରକ୍ଷା ଦାବିରେ ଧାରଣା ଦେଇଛନ୍ତି । ଫଳରେ ବିଜେପି ଓ ବିଜେଡି ଧାରଣା ଘଟଣା ନିଆଳି ଅଞ୍ଚଳରେ ବେଶ୍ କୌତୁହଳ ସୃଷ୍ଟି କରିଛି । ଏହି ଧାରଣା ଦ୍ବାରା କିଏ ନିଆଳିବାସୀଙ୍କ ମନ ଜିଣିବ ତାହା ସମୟ କହିବ । କିନ୍ତୁ ଆଟାକ ଏବଂ କାଉଣ୍ଟର ଆଟାକ ଏବେ ନିଆଳି ରାଜନୀତିକୁ ରୋଚକ ସ୍ଥିତରେ ପହଞ୍ଚାଇଛି । ଉଭୟ ବିଜେପି ଓ ବିଜେଡିର ନେତା ଏନେଇ ପ୍ରତିକ୍ରିୟା ରଖିଛନ୍ତି ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details