ଓଡିଶା

odisha

ETV Bharat / state

ନିଆଳିରେ ଚାଉଳ ତାତି, କେନ୍ଦ୍ର ସରକାରଙ୍କ ବିରୋଧରେ ୨୩ଟି ପଞ୍ଚାୟତରେ ବିକ୍ଷୋଭ - କେନ୍ଦ୍ର ସରକାର ପାଞ୍ଚ କିଲୋ ଚାଉଳ କାଟିବା ପ୍ରସଙ୍ଗ

ନିଆଳିରେ ବିଜେଡିର ଚାଉଳ ତାତି । କେନ୍ଦ୍ର ସରକାର ପାଞ୍ଚ କିଲୋ ଚାଉଳ କାଟିବା ପ୍ରତିବାଦରେ ନିଆଳି ବ୍ଲକର ୨୩ଟି ପଞ୍ଚାୟତରେ ବିକ୍ଷୋଭ । ଅଧିକ ପଢ଼ନ୍ତୁ

ନିଆଳିରେ ବିଜେଡି ବିକ୍ଷୋଭ
bjd protest in niali

By

Published : Feb 15, 2023, 8:56 PM IST

Updated : Feb 15, 2023, 9:48 PM IST

ନିଆଳିରେ ଚାଉଳ ତାତି

ନିଆଳି: ଚାଉଳ ରାଜନୀତି ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ରାଜନୀତି ଦଳ । ଗୋଟିଏ ପଟେ କେନ୍ଦ୍ର ସରକାର ପାଞ୍ଚ କିଲୋ ଚାଉଳ କାଟିବାକୁ ବିରୋଧ କରି ରାଜସ୍ତାକୁ ଓହ୍ଲାଇଛି ବିଜେଡି । ଅନ୍ୟପଟେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆନ୍ଦୋଳନ କରୁଛି ବିଜେପି । ୩ ଦିନିଆ ପ୍ରତିବାଦରେ ଦୁଇ ଦଳ ଉଭୟ ବିରୋଧରେ ବିକ୍ଷୋଭ କରୁଛନ୍ତି । ପ୍ରତିବାଦ ସ୍ବରୂପ ଏହାର ବିରୋଧ ଓ ବିକ୍ଷୋଭ ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବ୍ଲକର ୨୩ ଗୋଟି ପଞ୍ଚାୟତରେ । ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟର ସମ୍ମୁଖରେ ସରପଞ୍ଚ ଓ ସମିତି ସଭ୍ୟମାନଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ପଞ୍ଚାୟତରୁ ପଞ୍ଚାୟତ ଦାୟିତ୍ଵରେ ଥିବା ଅଧିକାରୀମାନଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ଗରିବ ହିତାଧିକାରୀମାନଙ୍କୁ ଦେଉଥିବା ଚାଉଳ କାଟିଦେବା ପ୍ରତିବାଦରେ ରାଜ୍ୟ ବିଜେଡି ସରକାର ରାଜନୀତି ଆରମ୍ଭ କରିଛି । ବିଭିନ୍ନ ପଞ୍ଚାୟତ ମାଧ୍ୟମରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛି । କଟକ ଜିଲ୍ଲା ନିଆଳି ବ୍ଲକର ୨୩ ଟି ପଞ୍ଚାୟତ ମଧ୍ୟରୁ ପୋଖରୀ ଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ସାଗରିକା ଦାସଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରିଥିଲା । ପଞ୍ଚାୟତ ନିକଟରେ ପହଞ୍ଚି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରା ଦେଇଥିଲେ ପୋଖରୀ ଗାଁ ପଞ୍ଚାୟତ ଜନସାଧାରଣ ।

ସେହିପରି ବିଳାଶୁଣୀ ପଞ୍ଚାୟତ ସରପଞ୍ଚ ସବିତା ନନ୍ଦଙ୍କ ନେତୃତ୍ବରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରିଥିଲେ ସରପଞ୍ଚଙ୍କ ସମର୍ଥକ ଓ କର୍ମୀ ।‌ କେନ୍ଦ୍ର ସରକାର କାହିଁକି ପାଞ୍ଚ କିଲୋ ଚାଉଳ କାଟିଲେ, ତାର ଜବାବ ଚାହୁଁଛୁ ଏବଂ ଗରିବ ଲୋକଙ୍କ ପେଟକୁ କାହିଁକି ନାତ ମାରୁଛନ୍ତି ବୋଲି ପ୍ରଶ୍ନ କରାଯାଇଛି । ଅଲଣା ଗ୍ରାମ ପଞ୍ଚାୟତରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ ।

ଏହା ମଧ୍ୟ ପଢ଼ନ୍ତୁ:ଗୃହରକ୍ଷୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ନେଲେ କି ଚରମ ନିଷ୍ପତ୍ତି ?

ପଞ୍ଚାୟତର ସରପଞ୍ଚ ପ୍ରତିମା ମଲ୍ଲିକଙ୍କ ନେତୃତ୍ୱରେ ପଞ୍ଚାୟତର ଜନସାଧାରଣ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଥିଲେ । ଅନ୍ଯମାନଙ୍କ ମଧ୍ୟରେ ନିଆଳି ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଧିର ପ୍ରଧାନଙ୍କ ସମେତ ପଞ୍ଚାୟତର ବହୁ ଜନସାଧାରଣ ଯୋଗ ଦେଇଥିଲେ । ସେହିଭଳି ଭାବେ ବାହାରଣା, ରାଣୀଓଳା, ଏକବେରୁଆଁ,ଏରଞ୍ଚ, ପହଙ୍ଗା ଏବଂ ତିହୁଡି ଗ୍ରାମ ପଞ୍ଚାୟତ ସମେତ ୨୩ଟି ପଞ୍ଚାୟତର ସରପଞ୍ଚଙ୍କ ନେତୃତ୍ୱରେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଇଟିଭି ଭାରତ, ନିଆଳି

Last Updated : Feb 15, 2023, 9:48 PM IST

ABOUT THE AUTHOR

...view details