କଟକ:ଆଗାମୀ 2024 ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତ । ଶାସକ ବିଜୁ ଜନତା ଦଳର କର୍ମକର୍ତ୍ତା ଘନ ଘନ ବୈଠକ ଆରମ୍ଭ କରି ଦେଲେଣି । ଏଥର କଟକରେ ଯୁବଗୋଷ୍ଠୀମାନଙ୍କ ଉପରେ ନଜର ରଖିଛି ବିଜେଡି । କେବଳ ନାରା ବାଜି ନୁହେଁ ୱାର୍ଡ ସ୍ତରରେ ଦଳକୁ ବିପୁଳ ପରିମାଣର ଭୋଟ ହାତେଇବାରେ ମୁଖ୍ୟ ସାଜିବେ ଯୁବକଗୋଷ୍ଠୀ । ଏନେଇ କଟକରେ ଅନୁଷ୍ଠିତ ୱାର୍ଡ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି ପୂର୍ବତନ ବାରବାଟୀ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ।
2009 ମସିହାରୁ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀ ପାଇଁ ଯୁବକ ଟିମ ଉପରେ ଫୋକସ କରି ଆସୁଛନ୍ତି । ଦଳକୁ ବହୁମତରେ ବାଜିମାତ କରାଇଛନ୍ତି । ତେଣୁ ଆଗାମୀ ନିର୍ବାଚନ ବିଜୁ ଜନତା ଦଳର ମୁଖ୍ୟ ଆଧାର ସାଜିବେ ଯୁବଗୋଷ୍ଠୀ । ତେଣୁ ବାରବାଟୀ କଟକରେ 32ଟି ୱାର୍ଡରେ ବିଜେଡିକୁ ବହୁମତ ସବ୍ୟସ୍ତ କରିବାରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିବେ ଯୁବ ସମାଜ । 2019 ନିର୍ବାଚନରେ କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନରେ ବିଜେଡି କିଛି ଭୋଟରେ କଂଗ୍ରେସଠୁ ପରାଜିତ ହୋଇଥଲା । କିନ୍ତୁ ବିଜୁ ଜନତା ଦଳ ଆସନ୍ତା ନିର୍ବାଚନରେ ତାହାକୁ ପରିଵର୍ତ୍ତନ କରି ଦେଖାଇବ ବୋଲି ପଣ କରିଛି ।
ପୂର୍ବତନ ବିଧାୟକ ତଥା ଜିଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ପ୍ରତକ୍ଷ୍ୟରେ ନହେଲେ ବି ପରୋକ୍ଷରେ ସ୍ପଷ୍ଟ କରିବା ଆରମ୍ଭ କଲେଣି । ପୂର୍ବରୁ ଖ୍ରୀଷ୍ଟିଆନ ପଡିଆରେ ଆୟୋଜିତ ବିଜୁ ଜନତା ଦଳର 26ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏପରି ସଂକଳ୍ପ କରିଥିଲା ବିଜେଡି । ଗତ ପୌର ନିର୍ବାଚନ ବିଜେଡି ବାରବାଟୀରେ ତାର ଦମ ଦଖେଇଥିଲା । ନିର୍ବାଚନ ମଣ୍ଡଳୀରୁ 28ଟି କର୍ପୋରେଟର ଆସନ ଦେବା ସହ ମେୟର ସୁବାସ ସିଂ ମଧ୍ୟ ବିପୁଳ ଭୋଟ ବ୍ୟବଧାନରେ ଜିତିଇଥିଲେ ।