କଟକ: ଗୋଟିଏ ଦେଶ ଗୋଟିଏ ଭାଷା ପ୍ରସଙ୍ଗରେ ଅମିତ ଶାହାଙ୍କ ପାଇଁ ଆଗକୁ ଆସିଲେ କଟକ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। କିଛି ଇଂରାଜୀ ଗଣମାଧ୍ୟମ ଅମିତ ଶାହାଙ୍କ ମନ୍ତବ୍ୟକୁ ଭୁଲ ଉପସ୍ଥାପନ କରୁଥିବା କହି ଅମିତ ଶାହାଙ୍କ ସମର୍ଥନରେ ବାହାରିଛନ୍ତି କଟକ ସାଂସଦ।
କିଛି ଗଣମାଧ୍ୟମ ଶାହାଙ୍କ ମନ୍ତବ୍ୟକୁ ନେଇ ଯେପରି ଉପସ୍ଥାପନା କରୁଛନ୍ତି,ତାହା ସମ୍ପୂର୍ଣ୍ଣ ଭୁଲ। ହିନ୍ଦୀ ଏକତାରେ ବାନ୍ଧି ରଖିବା ଭଳି ଭାଷା। ଅମିତ ଶାହା ,ରାଷ୍ଟ୍ରୀୟ ପ୍ରଚାର କମିଟି ଅଧ୍ୟକ୍ଷ ହେବାପରେ ହିନ୍ଦୀ ଭାଷା ଉପରେ ଯେଉଁ ବୈଠକ ହୋଇଥିଲା, ସେଠାରେ ସାଂସଦ ଭର୍ତ୍ତୃହରି ମହତାବ ନିଜେ ଉପସ୍ଥିତ ଥିବା ପ୍ରତିକ୍ରିୟାରେ କହିଛନ୍ତି।