ନିଆଳି:ଯେତେ ଲୁଚେଇବି ଆଉ ଲୁଚୁନି । ଦଳୀୟ କନ୍ଦଳ ହାଟରେ ପଡ଼ି ଦାଣ୍ତରେ ଗଡିଲାଣି । ପଞ୍ଚାୟତ ନିର୍ବାଚନକୁ ଆଉ ମାସ କେଇଟା ବାକି । ଟିକେଟ ଭାଗ ବଣ୍ଟାକୁ ନେଇ ଦଳରେ କନ୍ଦଳ, ଫାଟ, ମାରପିଟ ଓ ଠେଲାପେଲା । ଏକ ଭିଡିଓ ଏବେ ଭାଇରାଲ ହେବା ଘଟଣା କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହଟଚମଟ ସୃଷ୍ଟି କରିଛି ।
ନିଆଳି ବିଜେଡି ଏବେଠୁ ଯଦି ଏମିତି ଠିକ୍ ନିର୍ବାଚନ ସମୟରେ ପରିସ୍ଥିତି କ'ଣ ହେବ ତାହା ଏବେ ଠୁ ଜଳ ଜଳ ଦିଶୁଛି । ନିଆଳି ବ୍ଲକର ରାଣୀଓଳା ଗ୍ରାମପଞ୍ଚାୟତ ଅନୁଷ୍ଠିତ ହେଉଥିବା ମିଶ୍ରଣ ପର୍ବ ପାଲଟିଲା ରଣକ୍ଷେତ୍ର। ବିଜେଡି ମିଶ୍ରଣ ପର୍ବରେ ଦୁଇ ଗୋଷ୍ଠୀ ହାତାହାତି ଓ ଧସ୍ତାଧସ୍ତି। ଖୋଦ ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକ ଉପସ୍ଥିତରେ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ । ବିଧାୟକ ଅନୁରୋଧ କଲେବି ଶୁଣିଲେନି ଦଳୀୟ କର୍ମୀ ।