କଟକ: ମଧୁପାଟଣା ପୋଲିସକୁ ମିଳିଛି ବଡ଼ ସଫଳତା । ବାଇକ ଲୁଟେରାକୁ ଗିରଫ ସହ ୧୧ ଟି ବାଇକ ଜବତ କରିଛି ପୋଲିସ । ଏହା ସହ ୨ ଟି ଫ୍ରିଜ, ୩ ଟି ଟିଭି, ଗୋଟିଏ ମାଇକ୍ରୋ ଓଭାନ, ଗୋଟିଏ ଗ୍ୟାସ ସିଲଣ୍ଡର, ଗୋଟିଏ ସେଟଅପ ବକ୍ସ, ୪ ଟି ମୋବାଇଲ ଫୋନ ଜବତ କରାଯାଇଛି ।
ସୂଚନା ଅନୁଯାୟୀ ଗତ ସେପ୍ଟେମ୍ବର ୧୯ ତାରିଖରେ ଖପୁରିଆ ନିକଟରେ ଥିବା ଏକ ବ୍ୟାଙ୍କ ସାମ୍ନାରୁ ବୁଢା ସାମଲ ଜଣେ ବ୍ୟକ୍ତିଙ୍କ ବାଇକ ଚୋରି ହୋଇଯାଇଥିଲା। ଏନେଇ ସେ ମଧୁପାଟଣା ଥାନାରେ ଏତଲା ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରିବା ସମୟରେ ଏକ ବାଇକ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି। ଚୋରି ହୋଇଥିବା ବାଇକକୁ ପୋଲିସ ଜବତ କରିବା ସହ ସମ୍ପୃକ୍ତ ଲୁଟେରା ନିକଟରୁ ୧୧ ଟି ବାଇକ ଜବତ କରିଛି।