ଓଡିଶା

odisha

ETV Bharat / state

ବିଜେଡିର 27ତମ ପ୍ରତିଷ୍ଠା ଦିବସ, କଟକରେ ଆରମ୍ଭ ହେଲା ବିଶାଳ ସାଇକେଲ ଯାତ୍ରା - ସାଇକେଲ ରାଲି

BJD Foundation Day: ଆଜି ବିଜେଡି ଦଳର ପ୍ରତିଷ୍ଠା ଦିବସ । କଟକ ଆନନ୍ଦ ଆନନ୍ଦ ଭବନରୁ ସାଇକେଲ ରାଲି ଆରମ୍ଭ । ଅଧିକ ପଢନ୍ତୁ

ବିଜେଡି ପ୍ରତିଷ୍ଠା ଦିବସ
BJD Foundation Day

By ETV Bharat Odisha Team

Published : Dec 26, 2023, 10:40 AM IST

BJD Foundation Day

କଟକ:ଆଜି ବିଜୁ ଜନତା ଦଳର 27ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ରାଜ୍ୟର ପ୍ରତିଟି ଜିଲ୍ଲା, ନିର୍ବାଚନମଣ୍ଡଳୀ ଓ ପଞ୍ଚାୟତସ୍ତରରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ଦଳ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି । ଆଜି କଟକ ସ୍ଥିତ ବିଜୁ ବାବୁଙ୍କ ପୈତୃକ ବାସଭବନ ତଥା ଆନନ୍ଦ ଭବନ ସଂଗ୍ରହାଳୟ ପରିସରରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ଏକ ବିଶାଳ ସାଇକେଲ ଯାତ୍ରା ଆରମ୍ଭ ହୋଇଛି ।

ଆନନ୍ଦ ଭବନ ସଂଗ୍ରହାଳୟଠାରୁ ଭୁବନେଶ୍ୱର ଶଙ୍ଖ ଭବନ ପର୍ଯ୍ୟନ୍ତ ଏହି ସାଇକେଲ ଯାତ୍ରା କରାଯିବ । କଟକ ଜିଲ୍ଲା ବିଜେଡି ସଭାପତିଙ୍କ ନେତୃତ୍ୱରେ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ଶତାଧିକ ବିଜେଡି କର୍ମୀ ସାମିଲ ହୋଇଛନ୍ତି । ଏହି ଉତ୍ସବରେ ବିଜେଡିର ଅନେକ ତୁଙ୍ଗ ନେତା ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଏପରି ଯାତ୍ରା ଦଳକୁ ଆହୁରି ମଜଭୁତ କରିବ ବୋଲି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ କହିଛନ୍ତି । 1997 ମସିହା ଆଜିରେ ଦିନରେ ରାଜ୍ୟରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ । ବିଜୁ ବାବୁଙ୍କ ପୁତ୍ର ଭାବେ ନବୀନ ପଟ୍ଟନାୟକ ଦଳର ନେତୃତ୍ବ ନେଇଥିଲେ । ଏହି ଦଳ ଲଗାତାର 24 ବର୍ଷରୁ ଅଧିକ ସମୟ ହେଲା ରାଜ୍ୟରେ ଶାସନ କରି ଆସୁଛି ।

ଏହା ମଧ୍ୟ ପଢନ୍ତୁ-କାଲି ବିଜେଡି କାର୍ଯ୍ୟକାରିଣୀ: 26 ବର୍ଷ ପୂର୍ତ୍ତିରେ 26 ହଜାର ୟୁନିଟ ରକ୍ତ ସଂଗ୍ରହ ଲକ୍ଷ୍ୟ

ଆଜି ବିଜେଡି ଦଳ ପକ୍ଷରୁ ବ୍ୟାପ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରତିଷ୍ଠା ଦିବସ ଅବସରରେ ସାମାଜିକ କାର୍ଯ୍ୟକ୍ରମ, ଜୀବନ ବିନ୍ଦୁ, ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବ । ପ୍ରତି ବ୍ଲକ ଓ ନଗରରେ ସଭା ଜରିଆରେ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ନେଇ ଆଲୋଚନା ମଧ୍ୟ ହେବ । ଏତି ସହ ଆଜି କର୍ମକର୍ତ୍ତାମାନେ ନିଜକୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିବାକୁ ଶପଥ ନେବେ । ସାଇକେଲ ଯାତ୍ରା ସହ ଆଜି ଗଣ ଦୌଡ଼ର ଆୟୋଜନ ମଧ୍ୟ କରାଯିବ । ଆଜି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ଛାତ୍ର ଓ ଯୁବ ବିଜେଡି ଏକ ଲକ୍ଷରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କିରବା ଲକ୍ଷ୍ୟ ରକାଯାଇଛି । 26 ବର୍ଷ ପାଇଁ 26 ହଜାର ୟୁନିଟ ରକ୍ତ ସଂଗ୍ରହ ହେବ । 12 ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ। ରାଜ୍ୟର ସମସ୍ତ ସବୁ ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details