କଟକ: ବାରବାଟୀ ଷ୍ଟାଡିୟମରେ ଭୁବନେଶ୍ବର ଇଲେକ୍ଟ୍ରୋନିକ୍ସ ମିଡିଆ ଓ କଟକ ଇଲେକ୍ଟ୍ରୋନିକ୍ସ ମିଡିଆ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ (Bhubaneswar Electronics Media vs Cuttack Electronics Media Friendly Cricket Match) । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୮୦ ରନ ସଂଗ୍ରହ କରିଥିଲା କଟକ ଇଲେକ୍ଟ୍ରୋନିକ୍ସ ମିଡିଆ । ନିର୍ଦ୍ଧାରିତ ଓଭର ପୂର୍ବରୁ ମ୍ୟାଚ ଜିତିନେଲା ଭୁବନେଶ୍ବର ଇଲେକ୍ଟ୍ରୋନିକ୍ସ ମିଡିଆ ଟିମ ।
ରବିବାର କଟକ ବାରବାଟୀରେ ଭୁବନେଶ୍ବର ଇଲେକ୍ଟ୍ରୋନିକ୍ସ ମିଡିଆ ଓ କଟକ ଇଲେକ୍ଟ୍ରୋନିକ୍ସ ମିଡିଆ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍ରେ କଟକ ଇଲେକ୍ଟ୍ରୋନିକ୍ସ ମିଡିଆ ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ମୋଟ ୮୦ ରନ ସଂଗ୍ରହ କରିବାରେ ସଫଳ ହୋଇଥିଲା କଟକ ଦଳ । ଦ୍ବିତୀୟ ଇନିଂସରେ ବ୍ୟାଟିଂ ଭୁବନେଶ୍ବର ଇଲେକ୍ଟ୍ରୋନିକ୍ସ ମିଡିଆ ଟିମ ନିର୍ଦ୍ଧାରିତ ଓଭର ପୂର୍ବରୁ ମ୍ୟାଚ ଜିତି ନେଇଥିଲା ।