କଟକ: ବିଶ୍ୱ ଯୁବ ଦକ୍ଷତା ଅବସରରେ କଟକ ଭୁବନାନନ୍ଦ ଓଡିଶା ସ୍କୁଲ ଅଫ ଇଞ୍ଜିନିୟରିଂ ପ୍ରତିଷ୍ଠାନରେ ଟେକ୍ନୋ ଏକ୍ସପୋ-2022 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ବିଭନ୍ନ ଟ୍ରେଡ଼ର ଛାତ୍ରଛାତ୍ରୀ ମାନେ ଏକ୍ସପୋରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । ନୂଆ ଜ୍ଞାନ କୌଶଳ ଜରିଆରେ ଏବଂ କମ ଖର୍ଚ୍ଚରେ କିଭଳି ଆଗକୁ ବିଭିନ୍ନ ଯନ୍ତ୍ରପାତି ନିର୍ମାଣ କରିହେବ ତାହା ଏହି ଏକ୍ସପୋରେ କୁହାଯାଇଛି ।
ଭୁବନାନନ୍ଦ ଓଡିଶା ସ୍କୁଲ ଅଫ ଇଞ୍ଜିନିୟରିଂ ପ୍ରତିଷ୍ଠାନର ଛାତ୍ରଛାତ୍ରୀ ମାନେ ନୂଆ ଜ୍ଞାନ କୌଶଳ ଏବଂ କମ ଖର୍ଚ୍ଚରେ କେମିତି ଯନ୍ତ୍ରପାତି ନିର୍ମାଣ କରାଯାଇହେବ ତାହା 60 ଟି ଷ୍ଟଲ ମାଧ୍ୟମରେ ଦର୍ଶାଇଥିଲେ । ବିଶେଷକରି ସିଭିଲ ଓ ମେକାନିକାଲ ଇଞ୍ଜିନିୟର ଛାତ୍ରଛାତ୍ରୀମାନେ ଡବଲ ଡେକର ପୋଲ, ସ୍ମାର୍ଟ ହେଲମେଟ ,ଅଟୋ ସେନସର ଗାଡି ହେଡ ଲାଇଟ, ସ୍ମାର୍ଟ ବାଥରୁମ ଏବଂ 3ଟି ରୋବଟ ଇତ୍ୟାଦିର ନମୁନା ପ୍ରଦର୍ଶନ କରିଥିଲେ ।