କଟକ:ଐତିହାସିକ ବାଲିଯାତ୍ରାରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ପ୍ରତ୍ୟେକ ଷ୍ଟଲ୍ରେ ପର୍ଯ୍ୟଟକ କିଛି ନା କିଛି କିଣି ନେଉଥିବା ବେଳେ ମସଲା ଷ୍ଟଲ୍ ମଧ୍ୟ ଏଥିରୁ ବାଦ ପଡ଼ିନି । ଖାଦ୍ୟକୁ ଚଟପଟା ଓ ସ୍ବାଦିଷ୍ଟ କରିବା ପାଇଁ ବାଲିଯାତ୍ରାରେ ମେଲିଛି ମସଲା ପସରା । ଆକର୍ଷଣୀୟ ଅପ ରହିଥିବାରୁ ଲେକଙ୍କ ଭିଡ ପରିଲକ୍ଷିତ ହେଉଛି ।
ଏହା ମଧ୍ୟ ପଢନ୍ତୁ: ହୃଦଘାତ କିମ୍ବା ଷ୍ଟ୍ରୋକ୍ ବିପଦକୁ ହ୍ରାସ କରେ ସକାଳ ବ୍ୟାୟାମ
ରୋଷେଇ ଟିକିଏ ମସଲାଦାର ନହେଲେ ତାହା ସ୍ବାଦ ବିହୀନ ହୋଇପଡ଼େ । ବିନା ମସଲାରେ ତରକାରୀ କରିବା ସମ୍ଭବପର ହେଉନାହିଁ । ଆଉ ବିନା ମସଲାରେ ବି ତରକାରୀ ରୁଚିକର ହୁଏ ନାହିଁ । ସେଥିପାଇଁ ଆମେ ବଜାରରୁ ଅନେକ ମସଲା କିଣିଥାଉ । ଏବେ ଅନେକ ବେନାମୀ ବ୍ରାଣ୍ଡ୍ର ମସଲା ବି ବଜାରକୁ ଆସିଲାଣି । ତେବେ କେଉଁ ମସଲା ଖାଇବା ଉଚିତ ଏବଂ କେଉଁଟା ଅନୁଚିତ ତାହା ପରଖିବାକୁ ସାଧାରଣତଃ କଷ୍ଟସାଧ୍ୟ ହୋଇଥାଏ । ଆମେ ଯଦି ବେନାମୀ ମସଲା ଖାଇବା ତେବେ ସେଥିରେ ଆମ ଦେହ ଖରାପ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ବାଲିଯାତ୍ରାର ଖଚାଖଚ ଭିଡ଼ ମଧ୍ୟରେ ମସଲା ଷ୍ଟଲ୍କୁ ଖୋଜି ପହଞ୍ଚୁଛନ୍ତି ଗ୍ରାହକ । ପ୍ରତ୍ୟେକ ଦିନ ମସଲାର ନାନା ପ୍ରଡକ୍ଟ କିଣି ନେଉଛନ୍ତି । ବାଲିଯାତ୍ରା ଆହୁରି ଏକ ଦିନ ବଢିଥିବାକୁ ବେପାର ଆହୁରି ବଢିବ ବୋଲି ଆଶା କରାଯାଉଛି ।