ଓଡିଶା

odisha

ETV Bharat / state

ଭଦ୍ରକରୁ ନୟାଗଡ଼ ଗଡ଼ିଲା ମେମୁ, ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

କଟକରେ ଦୁଇ କେନ୍ଦ୍ରମନ୍ତ୍ରୀ । କଟକ ରେଳ ଷ୍ଟେସନରେ ସବୁଜ ପତାକା ଦେଖାଇ ଭଦ୍ରକ-ନୟାଗଡ଼ ମେମୁର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅଧିକ ପଢନ୍ତୁ

By

Published : Mar 30, 2023, 8:56 PM IST

ସବୁଜ ପତାକା ଦେଖାଇ ଭଦ୍ରକ-ନୟାଗଡ଼ ମେମୁ ଟ୍ରେନର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
ସବୁଜ ପତାକା ଦେଖାଇ ଭଦ୍ରକ-ନୟାଗଡ଼ ମେମୁ ଟ୍ରେନର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ

ସବୁଜ ପତାକା ଦେଖାଇ ଭଦ୍ରକ-ନୟାଗଡ଼ ମେମୁ ଟ୍ରେନର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ

କଟକ:ରାମନବମୀ ଅବସରରେ ନୟାଗଡ଼ ଟାଉନ ଏବଂ ଭଦ୍ରକ ମଧ୍ୟରେ ମେମୁ ହେଲା ଶୁଭାରମ୍ଭ । କଟକ ରେଳ ଷ୍ଟେସନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ମେମୁ ଟ୍ରେନର କଲେ ଶୁଭାରମ୍ଭ । ଚଳିତ ମାସ ୩୧ତାରିଖରୁ ନୟାଗଡ଼ ଟାଉନ ଏବଂ ଭଦ୍ରକ ମଧ୍ୟରେ ଏକ ନୂଆ ପାସେଞ୍ଜର ମେମୁ ଟ୍ରେନ ନିୟମିତ ଚଳାଚଳ କରିବ ବୋଲି ପୂର୍ବତଟ ରେଳ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ଟ୍ରେନ୍ କଟକ ଷ୍ଟେସନରୁ ଛାଡିବ କିନ୍ତୁ ଏହି ଟ୍ରେନର ନିୟମିତ ସେବା 31 ମାର୍ଚ୍ଚ 2023ରୁ ଉଭୟ ପାର୍ଶ୍ୱରୁ ପ୍ରାରମ୍ଭ କରାଯିବ । ଏହି ଟ୍ରେନର ପ୍ରଚଳନ ଉଭୟ ଭଦ୍ରକ ଏବଂ ନୟାଗଡ଼ ଜିଲ୍ଲାର ଲୋକଙ୍କ ଆକାଂକ୍ଷାକୁ ପୂରଣ କରିପାରିବ ।

ମଧ୍ୟବର୍ତ୍ତୀ ଷ୍ଟେସନମାନଙ୍କରେ ଟ୍ରେନ ବଦଳାଇବା ପରିବର୍ତ୍ତେ ଏହି ଟ୍ରେନ ସିଧା ସଳଖ ଭାବେ ଯାତ୍ରା ପାଇଁ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣଙ୍କୁ ସୁବିଧା ଯୋଗାଇବ । ସୂଚନାନୁସାରେ, ଏହି ସ୍ବତନ୍ତ୍ର ପାସେଞ୍ଜର ମେମୁ ଟ୍ରେନ ନଂ-୦୮୫୫୫ ଭଦ୍ରକରୁ ସକାଳ ୫ଟା ୪୫ରେ ବାହାରି କଟକରେ ୮ଟା ୪୨ରେ ପହଞ୍ଚିବ । ସେଠାରୁ ୮ଟା ୪୫ରେ ଛାଡ଼ି ଭୁବନେଶ୍ବରରେ ସକାଳ ୯ଟା ୩୨ରେ ପହଞ୍ଚି ୯ଟା ୩୭ରେ ନୟାଗଡ଼ ଟାଉନ ଅଭିମୁଖେ ଯାତ୍ରା କରିବ । ନୟାଗଡ଼ ଟାଉନରେ ଏହି ସ୍ବତନ୍ତ୍ର ଟ୍ରେନ୍‌ ୧୧ଟା ୫୫ରେ ପହଞ୍ଚିବ ବୋଲି ଜଣାପଡ଼ିଛି । ସେହିପରି ନୟାଗଡ଼ ଟାଉନରୁ ଏହି ସ୍ବତନ୍ତ୍ର ପାସେଞ୍ଜର ମେମୁ ଟ୍ରେନ ନଂ-୦୮୫୫୬ ଅପରାହ୍ନ ୫ଟା ୦୫ରେ ଛାଡି ଭୁବନେଶ୍ବରରେ ସନ୍ଧ୍ୟା ୬ଟା ୪୦ରେ ପହଞ୍ଚିବ ।

ତେବେ କଟକ ରେଳ ଷ୍ଟେସନ କି ବିଶ୍ୱ ସ୍ତରୀୟ କରିବା ପାଇଁ ୩୩୦ କୋଟି ଟଙ୍କା ମଞ୍ଜୁରୀ କରଯାଇଛି । ୨୦୦୯ରୁ ୧୪ ପର୍ଯ୍ୟନ୍ତ, ଓଡିଶାରେ ବର୍ଷକୁ ନୂଆ ୫୩ କିମି ରେଳ ଧାରଣା ନିର୍ମାଣ ହେଉଥିଲା । କିନ୍ତୁ ୨୦୨୨-୨୩ ବର୍ଷ ପାଇଁ ୪୫୦ କିମି ରେଳ ଲାଇନ କାର୍ଯ୍ୟ ହୋଇଛି । ଯାହା ଏକ ମାଇଲ ଖୁଣ୍ଟ ସ୍ଥାପନ ହୋଇଛି । ଓଡିଶାରେ ୫୭ ଷ୍ଟେସନକୁ ବିଶ୍ୱ ସ୍ତରୀୟ କରିବା ପାଇଁ ବିଜେପି ସରକାର ମଞ୍ଜୁରୀ ପ୍ରଦାନ କରୁଛି । ଓଡିଆରେ ୧୨ଟି ଜିଲ୍ଲାରେ ୫ଜି ଆରମ୍ଭ ହୋଇଛି । ମୋଦିକୁ ୭ ହଜାର ଗାଁ ଟେଲିକମ୍‌ ବ୍ୟବସ୍ଥା କରିବା ଟାୱାର ଅପାଇଁ ୫ ହଜାର ୬୦୦ କୋଟି ଟଙ୍କା ମଞ୍ଜୁରୀ ହୋଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details