ଓଡିଶା

odisha

By

Published : Feb 13, 2020, 2:49 PM IST

Updated : Feb 19, 2020, 11:26 PM IST

ETV Bharat / state

ରହସ୍ୟ ଘେରରେ ବେଲେଶ୍ବର ମର୍ଡର ମିଷ୍ଟ୍ରି; ଗଡୁଛି ସମୟ, ବୁଲୁଛି ସୈତାନ

ଗତ ବର୍ଷ ଡିସେମ୍ବର 12 ତାରିଖରେ ବେଲେଶ୍ବରରେ ଘଟିଥିଲା ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ରାତି ଅଧରେ ରକ୍ତ ରଞ୍ଜିତ ହୋଇଥିଲା ବେଲେଶ୍ବର ରହୁଥିବା ଶ୍ରୀନାଥ ସାମଲଙ୍କ ବାସଭବନ । ଏବେବି ହତ୍ୟାକାରୀକୁ ବାନ୍ଧିନି ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

BELESWARA MURDER MYSTERY
ରହସ୍ୟ ଘେରରେ ବେଲେଶ୍ବର ମର୍ଡର ମିଷ୍ଟ୍ରି; ଗଡୁଛି ସମୟ, ଧରାପଡୁନି ଅପରାଧି

କଟକ: ଡିସେମ୍ବର 12, 2019, ଆଜିକୁ ଠିକ୍ ଦୁଇ ମାସ ତଳେ ଭାଇଚାରାର ସହରରେ ଖେଳି ଯାଇଥିଲା ଚାଞ୍ଚଲ୍ୟ । ରାତି ଅଧରେ ହୋଇଥିଲା ମର୍ଡର, ସେ ପୁଣି ଡବଲ ମର୍ଡର । ଏକୁଟିଆ ରହୁଥିବା ବୃଦ୍ଧ ଦମ୍ପତିଙ୍କୁ ଅତିନିର୍ମମ ଭାବେ କରାଯାଇଥିଲା ହତ୍ୟା । ସେ ଘଟଣାକୁ ଏହାରି ଭିତରେ 2ମାସ ପୁରିଛି,ହେଲେ ଏବେ ବି ଅଭିଯୁକ୍ତଙ୍କ ଟେର୍ ପାଇନି ପୋଲିସ ।

ରହସ୍ୟ ଘେରରେ ବେଲେଶ୍ବର ମର୍ଡର ମିଷ୍ଟ୍ରି; ଗଡୁଛି ସମୟ, ବୁଲୁଛି ସୈତାନ

ରହସ୍ୟ ଘେରରେ ନୂଆ ବଜାର ବେଲେଶ୍ବର ମର୍ଡର ମିଷ୍ଟ୍ରି । ଘଟଣାକୁ 2 ମାସ ପୁରିଲାଣି ତଥାପି ପୋଲିସ ହାତ ଖାଲି । ରାତି ଅଧରେ କିଏ,କାହିଁକି ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କଲା ? ଏ ପ୍ରଶ୍ନ ଏବେ ପ୍ରଶ୍ନ ହୋଇରହିଯାଇଛି । ପୋଲିସ ଆଖିରେ ଧୂଳି ଦେଇ ଖୁଲମଖୁଲା ବୁଲୁଛି ହତ୍ୟାକାରୀ । ଯାହାକି ପୋଲିସର ପାରିବାପଣିଆ ଉପରେ ଉଠାଇଛି ବଡ ପ୍ରଶ୍ନ ?

ତେବେ ଏହି ହତ୍ୟାକାଣ୍ଡ ଯୋଗୁଁ ହଠାତ୍ ଶାନ୍ତ ସହରଟା ଅଶାନ୍ତ ହୋଇପଡିଥିଲା । ଅଧରାତିରେ ରକ୍ତ ରଞ୍ଜିତ ହୋଇଥିଲା ଶ୍ରୀନାଥ ସାମଲଙ୍କ ବାସଭବନ । ବନ୍ଦ ଘରେ ଘଟିଥିଲା ଦୁଇଦୁଇଟି ମର୍ଡର । କେହି ଦୁର୍ବୃତ୍ତ ଅତି ନିର୍ମମ ଭାବେ ଶ୍ରୀନାଥ ସାମଲ ଓ ପତ୍ନୀ ବିଦୁ ସାମଲଙ୍କୁ ହତ୍ୟା କରିଥିଲା । ଏଯାଏଁ କମିଶନରେଟ ପୋଲିସ ଅପରାଧୀର କୌଣସି ଟେର୍ ପାଇନଥିବାବେଳେ ସେ ନିଶ୍ଚୟ ହାତ ମୁଠାକୁ ଆସିବ ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂହ ।

ଏହି ଡବଲ ମର୍ଡର ପଛରେ କାହାର ରହିଛି ହାତ । ସଭ୍ୟ ସମାଜ ଭିତରେ ଲୁଚି ରହିଥିବା ସେଇ ମୁଖାଧାରୀ ସଇତାନ କିଏ ? ଯିଏ ରଚିଥିଲା ଏଭଳି ଭୟାନକ ଷଡଯନ୍ତ୍ର । ତେବେ ବୃଦ୍ଧ ଦମ୍ପତିଙ୍କ ହତ୍ୟାକାରୀ ହାତରେ କେବେ ହ୍ୟାଣ୍ଡକପ ପଡିବ ତାହାକୁ ସମସ୍ତଙ୍କ ଅପେକ୍ଷା ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

Last Updated : Feb 19, 2020, 11:26 PM IST

ABOUT THE AUTHOR

...view details