କଟକ:ଭିଜିଲାନ୍ସ ଜାଲରେ ବେଗୁନିଆ ତହସିଲଦାର ପୃଥିବୀରାଜ ମଣ୍ଡଳ । 45 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଥିଲେ ପୃଥିବୀରାଜ । ଏନେଇ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ ।
ଗିରଫ ପରେ କୋର୍ଟ ଚାଲାଣ ହେଲେ ଲାଞ୍ଚୁଆ ତହସିଲଦାର
45 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଥିଲେ ପୃଥିବୀରାଜ । ଏନେଇ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ । ଅଧିକ ପଢନ୍ତୁ
ତେବେ ଗତ ବୁଧବାର ସନ୍ଧ୍ୟାରେ ଭୁବନେଶ୍ବର କଳିଙ୍ଗ ବିହାର ବାସଭବନ ସମ୍ମୁଖରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ହୃଦାନନ୍ଦ ସାହୁ ନାମକ ବ୍ୟକ୍ତିଙ୍କୁ ତାଙ୍କର ଜମିର କିସମ ପରିବର୍ତ୍ତନ ପାଇଁ 45 ହଜାର ଟଙ୍କା ଲାଞ୍ଚ ନେଉଥିଲେ ତହସିଲଦାର । ଏନେଇ ଧରା ପଡିବା ପରେ ପୃଥିବୀରାଜଙ୍କ ଭୁବନେଶ୍ବରରେ ଥିବା ବାସଭବନ ସହିତ ବେଗୁନିଆ ଠାରେ ଥିବା କାର୍ଯ୍ୟାଳୟ ଓ ତୁମୁଡିବନ୍ଧ ସ୍ଥିତ ପୈତୃକ ବାସଭବନରେ ରେଡ କରିଥିଲା ଭିଜିଲାନ୍ସ ଟିମ । ଏହି ରେଡ ସମୟରେ ପୃଥିବୀରାଜଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟ ଠାବ ହୋଇଛି । ଏଥି ସହିତ ସମସ୍ତ ଆକାଉଣ୍ଟ ଗୁଡିକୁ ଯାଞ୍ଚ କରାଯାଉ ଥିବା କହିଛନ୍ତି ଭିଜିଲାନ୍ସ ଏସପି ।
ଇଟିଭି ଭାରତ, କଟକ