ଓଡିଶା

odisha

ETV Bharat / state

କଟକରେ ଶକ୍ତ ପ୍ରଦର୍ଶନ କଲା ବିଜେପି, ନିର୍ବାଚନ ପୂର୍ବରୁ ବିଶାଳ ବାଇକ ରାଲି - ନିର୍ବାଚନ ପୂର୍ବରୁ ବିଶାଳ ବାଇକ ରାଲି

ରାଜ୍ୟରେ ନିର୍ବାଚନୀ ପାରଦ ବଢ଼ିବରେ ଲାଗିଛି । କଟକରେ ଶକ୍ତ ପ୍ରଦର୍ଶନ କରିଛି ବିଜେପି । ଏହି ମଧ୍ୟ ପଢନ୍ତୁ

କଟକରେ ଶକ୍ତ ପ୍ରଦର୍ଶନ କଲା ବିଜେପି ,ନିର୍ବାଚନ ପୂର୍ବରୁ ବିଶାଳ ବାଇକ ରାଲି
କଟକରେ ଶକ୍ତ ପ୍ରଦର୍ଶନ କଲା ବିଜେପି ,ନିର୍ବାଚନ ପୂର୍ବରୁ ବିଶାଳ ବାଇକ ରାଲି

By ETV Bharat Odisha Team

Published : Sep 10, 2023, 10:34 PM IST

କଟକରେ ଶକ୍ତ ପ୍ରଦର୍ଶନ କଲା ବିଜେପି ,ନିର୍ବାଚନ ପୂର୍ବରୁ ବିଶାଳ ବାଇକ ରାଲି

କଟକ: ସମୟ ବଢ଼ିବା ସହ ଦେଶରେ ରାଜନୀତିର ପାରଦ ମଧ୍ୟ ବଢ଼ିବରେ ଲାଗିଛି । ରାଜ୍ୟର ପ୍ରମୁଖ ଦଳମାନଙ୍କ ମଧ୍ୟରେ ନିର୍ବାଚନ ପାଇଁ ରଣକ୍ଷେତ୍ର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏହି କ୍ରମରେ ଓଡ଼ିଶାରେ ମଧ୍ୟ ବିଜେପି ବିରୋଧୀ ଦଳ ଭାବେ ନିଜ ରଣକ୍ଷେତ୍ର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥିର ବିଜେପି କିପରି ଭଲ କରିବ ଏବଂ ସରକାର ଗଢିବ ସେନେଇ ଅଙ୍କକଶା ଆରମ୍ଭ ହୋଇଗଲାଣି । ଗତ ବର୍ଷ କଟକ ଜିଲ୍ଲାରେ ବିଜେପିର ନୌରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିବା ବେଳେ, ଚଳିତ ବର୍ଷ ଦଳ ଭଲ ପ୍ରଦର୍ଶନ କରିବକୁ ଲକ୍ଷ୍ୟ ରଖିଛି । ଏହି ପରିପ୍ରେକ୍ଷୀରେ କଟକରେ ଆଜି ବିଜେପି ପକ୍ଷରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଆୟୋଜନ କରାଯାଇଛି । କଟକର ଶହଶହ ଦଳୀୟ କର୍ମୀମାନଙ୍କୁ ନେଇ ଆଜିର ଏହି ବାଇକ୍ ରାଲି ଆୟୋଜନ କରାଯାଇଥିଲା ।

ରାଜ୍ୟ ସରକାର କଟକ ପ୍ରତି ଏବେ ବି ଅଣଦେଖା କରୁଥିବା ଅଭିଯୋଗ ହୋଇଛି । କଟକରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏଭଳି ଅନେକ ସମସ୍ୟା ରହିଛି । ଯାହାର ସମାଧାନ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦେକ୍ଷପ ନିଆଯାଉ ନଥିବା ଅଭିଯୋଗ କରିଛି ବିଜେପି । ତେଣୁ ଆଜି କଟକରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଯୁବ ସ୍ବାଭିମାନ ଯାତ୍ର ଆରମ୍ଭ ହୋଇଛି । ସରକାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ବିଜେପିର ଯୁବ ନେତା ଗଗନ ଓଝାଙ୍କ ନେତୃତ୍ବରେ ଏହି ଯାତ୍ର କଟକ ସହର ପରିକ୍ରମା କରିଥିଲା ।

ଏହା ମଧ୍ୟ ପଢନ୍ତୁ...'ଜାଗା ମିଶନ' ନେଇ ବର୍ଷିଲା ବିଜେପି, ବିଏମସି କମିଶନର ଓ ମେୟରଙ୍କ ନାଁରେ ଏତଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକାରୀ ଯୋଜନା ଲୋକଙ୍କ ପାଖରେ ଘରେ ଘରେ ପହଞ୍ଚେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ହିସାବ ଦେବା ପାଇଁ ଏହି ବାଇକ୍‌ ଶୋଭାଯାତ୍ର ଆୟୋଜନ କରାଯାଇଥିଲା । ଏହି ସ୍ବାଭିମାନ ଯାତ୍ରା ଚୌଧୁରୀ ବଜାର ମାରୁତି ମଣ୍ଡପଠାରୁ ବାହାରି ସହର ପରିକ୍ରମା କରି ଚାନ୍ଦିନୀ ଚୌକ୍‌ରେ ପହଞ୍ଚିଥିଲା । ଏଥିରେ କଟକର ଶହଶହ ସଂଖ୍ୟାର ଯୁବକ ଯୋଗ ଦେଇଥିଲେ । ଏହାରି ଭିତରେ କଟକରେ ବିଜେପି ତା'ରର ନିର୍ବାଚନୀ ଦାବି ତାଲିକା ପ୍ରସ୍ତୁତ କରି ସାରିଥିବା ବେଳେ ଘରେ ଘରେ କେନ୍ଦ୍ରୀୟ ଯୋଜନା ପହଞ୍ଚାଇବା ଲକ୍ଷ୍ୟ ସହ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଅପାରଗତାକୁ ନେଇ ଲୋକଙ୍କ ପାଖକୁ ଯିବା ଆରମ୍ଭ କରିଛି ।

ଇଟିଭି ଭାରତ,କଟକ

ABOUT THE AUTHOR

...view details